ଅନେକ ଲୋକ ଘରେ ଏବଂ ଅଫିସରେ ଗଣେଶ ଭଗବାନଙ୍କ ପ୍ରତିମୂର୍ତ୍ତି ରଖି ଥାଆନ୍ତି। ତେବେ ଏପରି ରଖିଲେ ତାହାର କି ପ୍ରଭାବ ରହିଛି ତାହା ଜାଣି ରଖିବା ବି ଉଚିତ।
ଯଦି ନିଜର ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଚାହୁଁଛନ୍ତି ,ତେବେ କମଳା ରଙ୍ଗର ଗଣେଶ ମୂର୍ତ୍ତିଙ୍କୁ ପୂଜା କରନ୍ତୁ, ସୁଫଳ ପ୍ରାପ୍ତି ହେବ।ଅଫିସରେ ହେଉ ଅବା କୌଣସି ସ୍ଥାନରେ ଯଦି କାମ କରୁଛନ୍ତି, ସେଠାରେ ଆପଣଙ୍କ କାମରେ ମନ ଲାଗୁ ନାହିଁ, ସବୁବେଳେ ଆପଣଙ୍କ ବରିଷ୍ଠ ଅଧିକାରୀଙ୍କ ଠାରୁ ଗାଳି ଶୁଣିବାକୁ ପଡ଼ୁଛି। ତେବେ ଦଣ୍ଡାୟମାନ ଗଣେଶ ପ୍ରତିମୂର୍ତ୍ତିଙ୍କୁ ଆପଣ କାମ କରୁଥିବା ସ୍ଥାନରେ ରଖିଲେ ସୁଫଳ ମିଳିବ। ଦେଖିବେ ଆପଣଙ୍କ କାମ କରିବାରେ ଆଗ୍ରହ ଓ ଉତ୍ସାହ ଜାଗ୍ରତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଘରେ ଯଦି ଅଯଥାରେ ବିବାଦ ଉପୁଜୁଛି , ଯେତେ ଚେଷ୍ଟା କଲେ ମଧ୍ୟ ସୁଖ ଶାନ୍ତି ଫେରୁ ନାହିଁ। ସେହି କ୍ଷେତ୍ରରେ ଘରେ ଧଳା ରଙ୍ଗର ଗଣେଶଙ୍କ ପ୍ରତିମୂର୍ତ୍ତି ଆଣି ରଖନ୍ତୁ। ଏହା ଘର ଓ ପରିବାର ମଧ୍ୟରେ ସୁଖ-ଶାନ୍ତିକୁ ବଜାୟ ରଖିବ।ପୂଜା ଘରେ ଡାହାଣ ଗୋଡ ଲମ୍ବାଇ ବସିଥିବା ଗଣେଶଙ୍କ ପ୍ରତିମୂର୍ତ୍ତି ରଖନ୍ତୁ। ମନେରଖନ୍ତୁ ପୂଜାସ୍ଥାନରେ ଗୋଟିଏରୁ ଅଧିକ ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ। ଏପରି କଲେ ଗଣେଶଙ୍କ ପତ୍ନୀ ରିଦ୍ଧି ଓ ସିଦ୍ଧି କ୍ଷୁବ୍ଧ ହୋଇ ଥାଆନ୍ତି।