ପେଟ ପାଇଁ ୨୨ ଟଙ୍କାରେ ବିକୁଛନ୍ତି ଦେହ ! ୧୨ ବର୍ଷର ନାବାଳିକା ବି ପଡୁଛନ୍ତି ବଳି

ଜୋହନସ୍‌ବର୍ଗ: ପେଟ ପାଇଁ ଦେହ ବିକ୍ରି କରୁଥିବା ଅନେକ ମହିଳାଙ୍କ ବିଷୟରେ ଆପଣ ପୂର୍ବରୁ ଶୁଣିଥିବେ। ଆପଣ ଜ‌ାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମିତି ବି ମହିଳା ଅଛନ୍ତି ଯେଉଁମାନେ ମାତ୍ର  ୧୨ ଟଙ୍କାରୋଜଗାର କରିବା ଲାଗି  ନିଜ ଦେହ ବିକ୍ରି କରିବାକୁ ପଛାନ୍ତି ନାହିଁ। ଏପରି ଅବସ୍ଥା ଦକ୍ଷିଣ ଆଫ୍ରକାର କେତେକ ଅଞ୍ଚଳରେ ଦେଖିବାକୁ ମିଳିଛି। ସେଠାରେ ଦାରିଦ୍ର୍ୟ ଏଭଳି ସ୍ତରରେ ପହଞ୍ଚିଛି କି ଦି‘ଓଳି ଖାଇବା ଲାଗି  ଯୁବତୀମାନେ ଅତ୍ୟନ୍ତ  ନିଃସହାୟ ଭାବେ ନିଜର ଦେହ ବିକିବାକୁ ବାଧ୍ୟ ହେଉଛନ୍ତି।

https://aajtak.intoday.in/

ମାନବୀୟ ଆଧାରରେ ଲୋକଙ୍କୁ ସହାୟତା ଯୋଗାଉଥିବା ଅନ୍ତରା‌ଷ୍ଟ୍ରୀୟ ସଂସ୍ଥା ୱାର୍ଲଡ ବିଜିନେସ୍‌ ପକ୍ଷରୁ କୁହାଯାଇଛି ଯେ ନିଜ ଭୋକ ମେଣ୍ଟାଇବା ପାଇଁ ଆଫ୍ରିକୀୟ ରାଷ୍ଟ୍ର  ଅଂଗୋଲାର ୧୨ ବର୍ଷର ନାବାଳିକା ବି ୩୦ ଟଙ୍କାରେ ନିଜର ଦେହ ବିକ୍ରି କରୁଛନ୍ତି।

shakarasquare.com

ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ସାଢ଼େ ଚାରି କୋଟି ଲୋକ କ୍ଷୁଧା ସମସ୍ୟାରେ ଆଉଟୁପାଉଟୁ ହେଉଛନ୍ତି। କେତେକ ଅଞ୍ଚଳର ଦାରିଦ୍ର୍ୟ ଏତେ ଉତ୍କଟ ଯେ ତାହା ଅବର୍ଣ୍ଣନୀୟ । ସେହିପରି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେଠାରେ କେଉଁ ମହିଳାଙ୍କୁ  ଦେହ ବିକିଲେ  ୭୨ ଟଙ୍କା ମିଳିଥାଏ ତ ପୁଣି କାହାକୁ ୨୯୯ ଟଙ୍କା ବି ମିଳିଥାଏ। କେୟାର୍‌ ଇଣ୍ଟର୍‌ନେସ୍‌ନାଲ୍‌ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଜିମ୍ବାୱେର ୧୪ ବର୍ଷର ନାବାଳିକାମାନେ ବି ପେଟ ଭରିବା ଲାଗି  ଦେହ ବ୍ୟବସାୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ,  ୧୯୮୧ ମସିହା ପରଠାରୁ ଆଫ୍ରିକାରେ ଖୁବ୍‌ କମ୍‌ ବର୍ଷା ହୋଇଛି,  ଯାହାକି ଫସଲ ଉପରେ କୁପ୍ରଭାବ ପକାଇବା ସହ ଖାଦ୍ୟ ସଂକଟ ଦେଖାଯାଇଛି।

ସମ୍ବନ୍ଧିତ ଖବର