୨୦ବର୍ଷ ପୂର୍ବେ ଘରକୁ ସଜାଇବାକୁ ଆଣିଥିବା ମୂର୍ତ୍ତିର ସତ୍ୟତା ଜାଣି ଦମ୍ପତି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କିଛି ଲୋକଙ୍କ ପୁରୁଣା ଜିନିଷ ପ୍ରତି ଦୁର୍ବଳତା ରହିଥାଏ। ଅନେକ ଲୋକେ ପୁରୁଣା ଜିନିଷରେ ଘରକୁ ସଜାଇବା ପାଇଁ ରୁଚି ରଖି ଥାଆନ୍ତି। ୨୦ବର୍ଷ ପୂର୍ବେ ଦମ୍ପତି ସେମାନଙ୍କ ଉଦ୍ୟାନକୁ ସଜାଇବା ପାଇଁ ଏକ ମୂର୍ତ୍ତି ଘରକୁ ଆଣିଥିଲେ। ବର୍ତ୍ତମାନ ଏହି ମୂର୍ତ୍ତିର ସତ୍ୟତା ସାମ୍ନାକୁ ଆସିବା ପରେ ଦମ୍ପତି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ରିଟିଶ ଦମ୍ପତି ୨୦ ବର୍ଷ ପୂର୍ବେ ନିଜ ଉଦ୍ୟାନକୁ ସଜାଇବାକୁ ଯୋଜନା କରିଥିଲେ। ଏଥିପାଇଁ ଦୁହେଁ ବଜାରରୁ ଏକ ଧଳା ରଙ୍ଗର ପୁରୁଣା ମୂର୍ତ୍ତିକୁ ୫ଲକ୍ଷ ଟଙ୍କାରେ କିଣି ଆଣିଥିଲେ । ଏହି ମୂର୍ତ୍ତିରେ ଜଣେ ମହିଳା ପଥର ଉପରେ ମୁଣ୍ଡ ରଖି ଶୋଇଥିବା ଦେଖିବାକୁ ମିଳୁଛି। ମୂର୍ତ୍ତିରେ ମହିଳା ଜଣକ ଦୁଃଖରେ ଶୋଇଥିବାର ବି ନଜର ଆସିଛନ୍ତି।

ଦମ୍ପତିଙ୍କ ଉଦ୍ୟାନରେ ଥିବା ଏହି ମୂର୍ତ୍ତିକୁ ଯିଏ ଦେଖୁଥିଲେ ସେ ଏହାକୁ ଏକ ସ୍ବତନ୍ତ୍ର ପ୍ରତିମା ବୋଲି କହୁଥିଲେ। ଏହା ପରେ ଦମ୍ପତି ଏକ ବିଶେଷଜ୍ଞଙ୍କ ଦ୍ୱାରା ମୂର୍ତ୍ତି ପରୀକ୍ଷା କରିବାକୁ ଚିନ୍ତା କରିଥିଲେ। ଯେତେବେଳେ ବିଶେଷଜ୍ଞ ଏହି ମୂର୍ତ୍ତିକୁ ପରୀକ୍ଷା କରିଥିଲେ, ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା କୌଣସି ସାଧାରଣ ମୂର୍ତ୍ତି ନଥିଲା, ବରଂ ଇଟାଲିର ମହାନ ନିଓ କ୍ଲାସିକାଲ୍ କଳାକାର ଆଣ୍ଟୋନିଓ କାନୋଭାଙ୍କର ଏକ ମାଷ୍ଟର ପିସ ମୂର୍ତ୍ତି ଥିଲା।

ଆଣ୍ଟୋନିଓ କାନୋଭା ଏହି ପ୍ରତିମୂର୍ତ୍ତିକୁ ୨୦୦ ବର୍ଷ ପୂର୍ବେ ପ୍ରାୟ ୧୮୯୯ ମସିହା ପାଖାପାଖି  ତିଆରି କରିଥିଲେ । ବିଶେଷଜ୍ଞମାନେ ଏହି ମୂର୍ତ୍ତିର ମୂଲ୍ୟ ୫୦ କୋଟିରୁ ୮୦ କୋଟି ଟଙ୍କା ପର୍ଯ୍ୟନ୍ତ ରଖିଛନ୍ତି । ଏହି ମୂର୍ତ୍ତି ମେରି ମାଗଡେଲିନଙ୍କର ଅଟେ। ଏହି ମୂର୍ତ୍ତିକୁ ବର୍ତ୍ତମାନ ଜୁଲାଇ ୭ରେ ବିକ୍ରି କରାଯିବାର ଯୋଜନା ରଖାଯାଇଛି।

ସମ୍ବନ୍ଧିତ ଖବର