ଦ୍ବାଦଶ ପରୀକ୍ଷାରେ କେମେଷ୍ଟ୍ରିରେ ୨୪ ନମ୍ବର ରଖିଥିଲେ ବୋଲି କହି ଟ୍ବିଟର୍‌ରେ ମାର୍କସିଟ୍‌ ସେୟାର୍‌ କଲେ ଆଇଏଏସ୍‌ ଅଧିକାରୀ

ଅହମ୍ମଦାବାଦ୍‌: ବୋର୍ଡ ପରୀକ୍ଷାର ଫଳାଫଳ କେବେ ହେଲେ ଭାଗ୍ୟ ନିର୍ଦ୍ଧାରକ ନୁହେଁ। କମ୍‌ ନମ୍ବର ରଖି ମଧ୍ୟ ଉଚ୍ଚ ପଦବୀର ଅଧିକାରୀ ହେବା ସମ୍ଭବ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆଇଏଏସ୍‌ ଅଧିକାରୀ ନିତିନ ସଙ୍ଗୱାନ। ସେ ତାଙ୍କ ଦ୍ବାଦଶ ପରୀକ୍ଷାରେ କେମେ‌ଷ୍ଟ୍ରିରେ ୨୪ ନମ୍ବର ରଖିଥିଲେ ବୋଲି ଏକ ଟ୍ବିଟ୍‌ କରି ଜଣାଇଛନ୍ତି।

ସେ ତାଙ୍କ ଟ୍ବିଟର୍‌ରେ ପ‌ୋଷ୍ଟ୍‌ କରି ଲେଖିଛନ୍ତି, ‘ଏହା ମୋର ଦ୍ବାଦଶ ମାର୍କ। ମୁଁ କେମେଷ୍ଟ୍ରିରେ ୨୪ ନମ୍ବର ରଖିଥିଲି। ପାସ୍‌ ମାର୍କଠାରୁ ମାତ୍ର ଗୋଟାଏ ନମ୍ବର ଅଧିକ ରଖିଥିଲି। ମାତ୍ର ମୁଁ ଯାହା ହେବାକୁ ଚାହିଁଥିଲି ସେ ନିଷ୍ପତ୍ତି ଆମରେ ମୋ ମାର୍କ ଆସିପାରିଲା ନାହିଁ। କେବେ ବି ପିଲାମାନଙ୍କୁ ମାର୍କର ଚାପ ପକାନ୍ତୁ ନାହିଁ। ବୋର୍ଡ ଫଳାଫଳଠାରୁ ଜୀବନ ଅନେକ ଆଗରେ। ଫଳାଫଳ ଆତ୍ମନିରୀକ୍ଷଣର ଜରିଆ ହେଉ, ସମାଲୋଚନାର ମାଧ୍ୟମ ନହେଉ।’

ସେ ଟ୍ବିଟର୍‌ରେ ତାଙ୍କର ୨୦୦୨ ମସିହାର ଦ୍ବାଦଶ ମାର୍କସିଟ୍‌କୁ ସେୟାର୍‌ କରିଛନ୍ତି। ନିତିନ ସଙ୍ଗୱାନ ହେୁଛନ୍ତି ଅହମ୍ମଦାବାଦ୍‌ ମହାନଗର ନିଗମର ଡେପୁଟି ମୁନିସିପାଲ୍‌ କମିସନର ଏବଂ ସ୍ମାର୍ଟସିଟିର ସିଇଓ। ସେ କରିଥିବା ଏହି ଟ୍ବିଟ୍‌ର ୧୩,୭୦୦ ରି-ଟ୍ବିଟ୍‌ ଓ କମେଣ୍ଟ୍‌ ହୋଇ ସାରିଲାଣି। ୫୨,୬୦୦୦ ଲାଇକ୍‌ ହୋଇ ସାରିଲାଣି।

ସମ୍ବନ୍ଧିତ ଖବର