ପୂର୍ବତଟ ରେଳପଥ ଅଧୀନ ଟ୍ରେନ୍‌ କୋଚ୍‌ଗୁଡ଼ିକରେ ବି ପ୍ରତିସ˚କ୍ରମଣ ବ୍ୟବସ୍ଥା

୩ଟି ରେଳ ମଣ୍ଡଳରେ କ୍ବାରେଣ୍ଟାଇନ୍‌ ସୁବିଧା, ସନ୍ଦିଗ୍ଧଙ୍କୁ ହସ୍ପିଟାଲ୍‌କୁ ନେବା ପାଇଁ ଷ୍ଟେସନରେ ଆମ୍ବୁଲାନ୍ସ୍‌

ଭୁବ‌ନେଶ୍ବର : ପୂର୍ବତଟ ରେଳପଥ ଅଧୀନ ଟ୍ରେନ୍‌ କୋଚ୍‌ଗୁଡ଼ିକରେ ପ୍ରତିସ˚କ୍ରମଣ ବା ଜୀବାଣୁ ନାଶ ପ୍ରକ୍ରିୟାକୁ ତୀବ୍ରତର କରିଛି। ଯାତ୍ରୀଙ୍କୁ ଜ୍ବର କିମ୍ବା କଫ୍‌ ଥିଲେ ଗୁରୁତ୍ବପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ଖୋଲାଥିବା ସାହାଯ୍ୟ କେନ୍ଦ୍ର ନିକଟରେ ପହଞ୍ଚନ୍ତୁ। ରେଲେୱ ଷ୍ଟେସନଗୁଡ଼ିକରେ ଯାଞ୍ଚ‌ ବୁଥ୍‌ ବା ସ୍କ୍ରିନିଙ୍ଗ୍‌ ବୁଥ୍‌ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କୁ ରେଳପଥ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। କୋଭିଦ୍‌-୧୯ ରୋଗୀ ଓ ସନ୍ଦିଗ୍ଧଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନେବା ପାଇଁ ଗୁରୁତ୍ବପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ଆମ୍ବୁଲାନ୍ସ୍‌ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ।

କରୋନା ଭୂତାଣୁର ସ˚କ୍ରମଣକୁ ରୋକିବା ଓ ନିୟନ୍ତ୍ରଣ କରିବା ନିମନ୍ତେ ପୂର୍ବତଟ ରେଳପଥ ପକ୍ଷରୁ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଯାଇଥିଲା। ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପୂର୍ବତଟ ରେଳପଥ, ଗୁରୁତ୍ବପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ଥିବା ସହାୟତା କେନ୍ଦ୍ରରେ ଯାଞ୍ଚ ସୁବିଧା ବସାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ଡାକ୍ତରମାନଙ୍କୁ ଯାଞ୍ଚ ପ୍ରକ୍ରିୟାରେ ସମସ୍ତ ପ୍ରକାର ଯନ୍ତ୍ରପାତି ଓ ସୁବିଧା ସୁଯୋଗ ଦିଆଯିବ। ବହୁ ସ˚ଖ୍ୟାରେ ଆସୁଥିବା ଯାତ୍ରୀଙ୍କୁ ନିୟନ୍ତ୍ରଣ କରି ଯାଞ୍ଚ କରିବାକୁ ଷ୍ଟେସନଗୁଡ଼ିକରେ ଥର୍ମାଲ ସ୍କ୍ରିନି˚ ପାଇଁ ଇନ୍‌ଫ୍ରାରେଡ୍‌ ଥର୍ମୋମିଟର ଯୋଗାଇ ଦିଆଯିବ। ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ୱାଲ୍ଟିୟର ରେଳ ମଣ୍ତଳର ମଣ୍ତଳ ରେଳ ପ୍ରବନ୍ଧକମାନଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରେନ୍‌ କୋଚ୍‌ ଓ ପାଇଖାନାଗୁଡ଼ିକୁ ଜୀବାଣୁ ନାଶ ନିମନ୍ତେ ସ୍ବତନ୍ତ୍ର ଗୁରୁତ୍ବ ପ୍ରଦାନ କରାଯାଇଛି।

ଯେଉଁ ସ୍ଥାନରେ କର୍ମଚାରୀମାନେ ବହୁ ଲୋକଙ୍କ ସ˚ସ୍ପର୍ଶରେ ଆସୁଛନ୍ତି ଯଥା ବୁକି˚, ଆରକ୍ଷଣ କେନ୍ଦ୍ରଗୁଡ଼ିକୁ ସ୍ବତନ୍ତ୍ରଭାବେ ସ୍ପର୍ଶକାତର କରିବା(ସେନ୍‌ସିଟାଇଜ୍‌) ସହ ପରିଷ୍କାର ପରିଚ୍ଛନ୍ନ ରଖାଯାଉଛି। ଟ୍ରେନ୍‌ରେ ଯାତ୍ରା କରୁଥିବା ଟିକେଟ୍‌ ପରୀକ୍ଷକଙ୍କୁ ମଧ୍ୟ ସେହିଭଳି ସଚେତନ କରାଯାଉଛି। ପୂର୍ବ ତଟ ରେଳପଥର ସମସ୍ତ ୩ଟି ରେଳ ମଣ୍ତଳରେ ପୃଥକ/ସଙ୍ଗରୋଧ(ଆଇସୋଲେସନ୍‌/କ୍ବାରେଣ୍ଟାଇନ୍‌) ସୁବିଧା ପ୍ରଦାନ କରାଯାଇଛି। ଯେଉଁ ରେଳ କର୍ମଚାରୀମାନେ ନିକଟ ଅତୀତରେ ବିଦେଶ ଯାତ୍ରା କରିଛନ୍ତି ସେମାନଙ୍କୁ ଯାଞ୍ଚ କରିବା ସହ ପୃଥକ ଭାବେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ ଓ ବଡ଼ ଷ୍ଟେସନଗୁଡ଼ିକରେ କୋଭିଦ୍‌-୧୯ କେସ୍‌କୁ ନିୟନ୍ତ୍ରଣ କରିବା ଭଳି ସୁବିଧା ସହ ନିକଟସ୍ଥ ଡାକ୍ତରଖାନାକୁ ସନ୍ଦିଗ୍ଧଙ୍କୁ ପରିବହନ କରିବା ନିମନ୍ତେ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। କୋଭିଦ୍‌-୧୯କୁ ନିୟନ୍ତ୍ରଣ କରିବା ନିମନ୍ତେ ସମସ୍ତ ପ୍ରକାର ଜରୁରୀକାଳୀନ ଉପକରଣ ବା ଯନ୍ତ୍ରପାତି କିଣିବା ନିମନ୍ତେ ସମସ୍ତ ମଣ୍ତଳ ରେଳ ପ୍ରବନ୍ଧକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମହାପ୍ରବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଏକ ଜରୁରୀ ପରିସ୍ଥିତିରେ ସରକାରଙ୍କୁ ସମସ୍ତେ ସହଯୋଗ କରିବାକୁ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର