ମଝି‌ ଆକାଶରେ ଏହି କାରଣରୁ କାନ୍ଦିବାକୁ‌ ଲାଗିଲେ ଏୟାର ହଷ୍ଟେସ

ନୂଆଦିଲ୍ଲୀ: ବିଦାୟ କହିବା କୌଣସି ବି ଯାତ୍ରାର ସବୁଠାରୁ କଠିନ ସମୟ ରହିଥାଏ। ବିଶେଷକରି ଯଦି ଏହା ଏକ ସଂସ୍ଥା କିମ୍ବା କୌଣସି କର୍ମସ୍ଥଳୀ ହୋଇଥାଏ। କାରଣ ଏହା  କର୍ମଚାରୀଙ୍କ ପାଇଁ ଦ୍ୱିତୀୟ ଘର ପାଲଟି ଯାଇଥାଏ। ଇଣ୍ଡିଗୋର ଜଣେ ଏୟାର ହଷ୍ଟେସଙ୍କ ଏପରି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି।

ଏହି  ଭିଡିଓରେ ଜଣେ ଏୟାର ହଷ୍ଟେସ ବିମାନରେ ଏକ ଭାବପ୍ରବଣ ବିଦାୟ ଭାଷଣ ଦେଉଥିବାର ନଜର ଆସିଛନ୍ତି। ଭିଡିଓରେ ସୁରବି ନାୟର ନାମକ ଜଣେ ଇଣ୍ଡିଗୋ ବିମାନ ଏୟାର ହଷ୍ଟେସ ଯାତ୍ରୀ ଏବଂ ଅନ୍ୟ କ୍ରୁ ସଦସ୍ୟଙ୍କୁ ସମ୍ବୋଧିତ କରିବାବେଳେ ତାଙ୍କ ଆଖିରେ ଲୁହ ଭରି ଯାଇଥିଲା। ଯାହାକୁ ସେ ଅଟକାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି।

ସୁରବି ନାୟର ନିଜ କାମର ଶେଷ ଦିନରେ ଭାଷଣ ଦେବା ପାଇଁ ବିମାନରେ ଥିବା ପବ୍ଲିକ ସିଷ୍ଟମ ବ୍ୟବହାର କରି କହିଛନ୍ତି, ‘ମୁଁ କେବେ ଭାବି ନଥିଲି ଯେ ଏହି ଦିନ ଆସିବ। ଏହା ମୋ ହୃଦୟକୁ କଷ୍ଟ ଦେଇଛି। ମୁଁ କ’ଣ କହିବି ଜାଣି ନାହିଁ। କମ୍ପାନି ଏବଂ ସହକର୍ମୀଙ୍କୁ ଯେତେ ପ୍ରଶଂସା କଲେ ବି କମ।

 

 

View this post on Instagram

 

A post shared by AMRITHA SURESSH (@amruthasuresh)

ଏହି କମ୍ପାନି ମୋତେ ସବୁକିଛି ଦେଇଛି, ଏହା କାମ କରିବା ଏକ ସୁନ୍ଦର ସଂଗଠନ । ଏହା ସର୍ବୋତ୍ତମ ଅଟେ । ଏହି କମ୍ପାନି ପ୍ରତ୍ୟେକ କର୍ମଚାରୀଙ୍କ ଯତ୍ନ ନିଏ। ବିଶେଷ କରି ଆମ ଝିଅମାନଙ୍କ ପ୍ରତି। ସେମାନେ ଆମକୁ ବହୁତ ଭଲ ପାଆନ୍ତି | ମୋତେ ଯିବାକୁ ଇଚ୍ଛା ନାହିଁ କିନ୍ତୁ ମୋତେ ଯିବାକୁ ପଡିବ ।

ଯାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇ ସୁରବି କହିଥିଲେ, ‘ସମସ୍ତଙ୍କୁ ଧନ୍ୟବାଦ। ମୋ ସହିତ ଯାତ୍ରା କରୁଥିବା ସମସ୍ତଙ୍କୁ ଧନ୍ୟବାଦ | ଆପଣମାନଙ୍କ ପାଇଁ ଆମର ଦରମା ଠିକ୍ ସମୟରେ କିମ୍ବା ସମୟ ପୂର୍ବରୁ ମିଳିଯାଇଥାଏ।

ସମ୍ବନ୍ଧିତ ଖବର