୮୦ବର୍ଷ ପରେ ଦୁଇସାଙ୍ଗ ଭେଟାଭେଟି ହେବା ପରେ ହେଲେ ଏସବୁ କଥା… ଆଖିରୁ ଝରିଲା ଲୁହ

ନୂଆଦିଲ୍ଲୀ: କୁହାଯାଏ ରକ୍ତ ସମ୍ପର୍କରୁ ଅଧିକ ବଡ଼ ହୋଇଥାଏ ବନ୍ଧୁତାର ସମ୍ପର୍କ। ଜୀବନରେ ଯଦି ଭଲ ସାଙ୍ଗଟିଏ ଅଛି ତେବେ ସବୁକିଛି ଭଲ ଲାଗିଥାଏ। ସାଙ୍ଗ ବିନା ଜୀବନ ଅଧୁରା ଲାଗିଥାଏ। ଭଲ ସାଙ୍ଗଟିଏ ଥିଲେ ତାହା ସହିତ ଆମେ ଦୁଃଖ-ସୁଖ ଆଲୋଚନା କରି ମନକୁ ହାଲୁକା କରିଥାଏ। ଏଥିପାଇଁ ସାଙ୍ଗ ଏକ ଭିନ୍ନ ଓ ସ୍ବତନ୍ତ୍ର ସମ୍ପର୍କଟିଏ। ନିକଟରେ ଏହି ବନ୍ଧୁକୁ ନେଇ ଏକ ଭିଡିଓ  ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦୁଇଜଣ ସାଙ୍ଗ ୮୦ବର୍ଷ ପରେ ଭେଟାଭେଟି ହୋଇଥିବା ଦେଖିବାକୁ ମିଳୁଛି।

ଭିଡିଓରେ ନଜରକୁ ଆସୁଛି, ଜଣେ ବୃଦ୍ଧ ମହିଳା ୮୦ବର୍ଷ ପରେ ତାଙ୍କର ସାଙ୍ଗଙ୍କୁ ଭେଟିଛନ୍ତି। ଫଟୋ ଦେଖି ଲାଗୁଛି ବୃଦ୍ଧ ଦୁହେଁ ଏକ ବୃଦ୍ଧାଶ୍ରମରେ ଭେଟାଭେଟି ହୋଇଛନ୍ତି। ଆଉ ନିଜ ଜୀବନରେ ଆସିଥିବା ସମସ୍ତ ଦୁଃଖକଷ୍ଟକୁ ଆଲୋଚନା କରୁଛନ୍ତି। ଏହି ଆଲୋଚନା ପରେ ଦୁହିଁଙ୍କ ମନ ହାଲୁକା ହୋଇଯାଇଥିବାରୁ ଖୁସିରେ ହସୁଥିବା ଫଟୋରେ ନଜର ଆସିଛି। ତେବେ ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଦୁଇସାଙ୍ଗଙ୍କ ଏତେ ବର୍ଷ ପରେ ମିଳନ ଦେଖି  ଭାବବିହ୍ବଳ ହୋଇଯାଇଥିଲେ। ଏହି ଫଟୋକୁ ଇନଷ୍ଟାଗ୍ରାମରେ mukilmenon ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରିଛନ୍ତି। ବୃଦ୍ଧା ଦୁଇଙ୍କ ଏତେ ବର୍ଷ ପରେ ମିଳିନର ‌ଫଟୋକୁ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ‘ପ୍ରକୃତ ବନ୍ଧୁତା ଥିବାରୁ  ଦୁହେଁ, ଏତେ ବର୍ଷ ପରେ ଭେଟାଭେଟି ହୋଇପାରିଛନ୍ତି।’

ସମ୍ବନ୍ଧିତ ଖବର