ମହିଳାଙ୍କ ପେଟରୁ ବାହାରିଲା ବ୍ରେସଲେଟ୍‌, ଚେନ୍‌, ମଙ୍ଗଳସୂତ୍ର ଓ ଚୁଡି, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ମହାରାଷ୍ଟ୍ରର ସିଭିଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ପେଟରୁ ଯାହା ବାହାରିଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଡାକ୍ତର ପେଟର ସ୍କାନିଂ କରୁଥିବା ସମୟରେ ମହିଳାଙ୍କ ପେଟରୁ ଲୁହା କଣ୍ଟା, କିଛି ନଟ୍‌ ବୋଲ୍‌ଟ, ସେଫଟି ପିନ୍‌,ହେୟାର ପିନ୍‌, ବ୍ରେସଲେଟ୍‌, ଚେନ୍‌, ମଙ୍ଗଳସୂତ୍ର, ଚୁଡ଼ି, ଦଉଡ଼ି ଏବଂ ଅନ୍ୟାନ୍ୟ ଲୁହା ସାମଗ୍ରୀ ଥିବା ଦେଖି ଡାକ୍ତର ବି ଚକିତ ହୋଇ ଯାଇଥିଲେ। ମହିଳାଙ୍କ ପେଟରୁ ବାହାରି ଥିବା ଏହି ସମସ୍ତ ସାମଗ୍ରୀର ଓଜନ୍‌ ପ୍ରାୟ ୧.୫ କେଜି ହେବ ବୋଲି ଅନୁମାନ କରାଯାଉଛି। ମାନସିକ ବିକୃତି କାରଣରୁ ସେ ଏସବୁ ଜିନିଷ ବିଭିନ୍ନ ସମୟରେ ଗିଳି ଦେଇଥିଲେ ବୋଲି ସନ୍ଦେହ କରାଯାଉଛି।

ମାନସିକ ସ୍ଥିତର ଚିକିତ୍ସା ପାଇଁ ମହାରାଷ୍ଟ୍ରର ସିଭିଲ୍‌ ହସ୍ପିଟାଲ୍‌ରେ ଅକ୍ଟୋବର ୩୧ରେ ସଂଗୀତା ନାମୀ ମହିଳା ଭର୍ତ୍ତି ହୋଇଥିଲେ। ତେବେ ସେ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବା କଥା କହିବା ପରେ ତାଙ୍କର ଏକ୍ସରେ କରାଯାଇଥିଲା। ଏକ୍ସରେରୁ ଦେଖାଗଲା ସଂଗୀତାଙ୍କ ପେଟରେ ବିଭିନ୍ନ ଧାତବ ସାମଗ୍ରୀ ରହିଛି। ଏହାପରେ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଡାକ୍ତରମାନେ ଅକ୍ଲାନ୍ତ ପରିଶ୍ରମ ପରେ ଅସ୍ତ୍ରୋପଚାର କରାଯାଇ ଏସବୁକୁ ବାହାର କରାଯାଇଛି।

ସମ୍ବନ୍ଧିତ ଖବର