ମହିଳା ଦିବସ ଅବସରରେ ପ୍ରେମିକାଙ୍କୁ ନିଜ ସଫଳତାର ଶ୍ରେୟ ଦେଲେ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ

ନୂଆଦିଲ୍ଲୀ:  ଜଣେ ପୁରୁଷର ସଫଳତା ପଛରେ ଜଣେ ନାରୀଙ୍କ ହାତ ରହିଥାଏ ବୋଲି କୁହାଯାଏ । ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ।  ମହିଳା ଦିବସ ଅବସରରେ ଆମେ ଏମିତି  ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କ କଥା କହିବାକୁ ଯାଉଛୁ, ଯିଏକି ତାଙ୍କ ସଫଳତାର ଶ୍ରେୟ ତାଙ୍କ ପ୍ରେମିକାଙ୍କୁ ଦେଇଛନ୍ତି।

IAS और IPS बनने में गर्लफ्रेंड ने की थी मदद, खुलकर दिया क्रेडिट
https://aajtak.intoday.in/

ମହାରାଷ୍ଟ୍ର କ୍ୟାଡରର ଆଇପିଏସ୍‌ ଅଫିସର ମନୋଜ କୁମାର ଶର୍ମା ଦ୍ୱାଦଶଶ୍ରେଣୀ ଫେଲ୍‌ ହେବା ପରେ କେବେ ବି  ଆଇପିଏସ୍‌ ହେବେ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ। କିନ୍ତୁ ମନୋଜ ନିଜର ପ୍ରେମିକାଙ୍କୁ ଦେଇଥିବା ସର୍ତ୍ତ ଯୋଗୁଁ ଏଭଳି ସଫଳତା ହାସଲ କରିଥିବା କହିଛନ୍ତି।

ମନୋଜ କହନ୍ତି, ମୁଁ ଭଲ ପାଉଥିବା ଝିଅକୁ କହିଥିଲି, ତୁ ଯଦି ମୋର ପ୍ରେମକୁ ଗ୍ରହଣ କରି ନେଉ ମୁଁ ଏକ ଭଲ ଚାକିରି କରି ଦେଖାଇ ଦେବି। ମୋ କଥା ଶୁଣି ଝିଅଟି ହିଁ ବି ମାରି ଦେଇଥିଲା। ଏହାପରେ ମୁଁ ମନ ଲଗାଇ ପାଠପଢ଼ିବା ସହିତ କଠିନ ପରିଶ୍ରମ ବି କରିଥିଲି। ଶେଷରେ ଆଇପିଏସ୍‌ ପରୀକ୍ଷାରେ ସଫଳ ହୋଇଥିଲି। ଆଉ ଏହି ସଫଳତା ପଛରେ ମୋର ପ୍ରେମିକାର ହାତ ରହିଛି ବୋଲି ଆଇପିଏସ୍ ମନୋଜ କୁମାର ଶର୍ମା କହିଛନ୍ତି।

IAS और IPS बनने में गर्लफ्रेंड ने की थी मदद, खुलकर दिया क्रेडिट
https://aajtak.intoday.in/

ମନୋଜକୁମାର ଶର୍ମାଙ୍କ ଭଳି ଆଉ ଜଣେ ବ୍ୟକ୍ତି ହେଉଛନ୍ତି କନିଷ୍କ କଟରିଆ। ୨୦୧୮ ମସିହାରେ ୟୁପିଏସ୍‌ସି ପରୀକ୍ଷାରେ ଟପ୍ପର ହୋଇଥିଲେ କନିଷ୍କ । ଗତବର୍ଷ ୟୁପିଏସ୍‌ସି ପରୀକ୍ଷା ଫଳ ବାହାରିିବା ପରେ ସେ ସେଥିରେ ସଫଳ ହୋଇଥିବା ଜାଣିବାକୁ ପାଇଥିଲେ। ଆଉ ଏହି ସଫଳତାର ଶ୍ରେୟ ସେ ତାଙ୍କ ପରିବାରବର୍ଗ, ଭଉଣୀ ସହିତ ନିଜ ପ୍ରେମିକାଙ୍କୁ ବି ଦେଇଥିଲେ। ଜୟପୁରରେ ରହୁଥିବା କନିଷ୍କ କଟରିଆ ୟୁପିଏସ୍‌ସି ପରୀକ୍ଷା ଦେବା ପୂର୍ବରୁ ଆଇଆଇଟିରେ ପାଠପଢ଼ି ସାରିଥିଲେ।

ସମ୍ବନ୍ଧିତ ଖବର