୩୪ ପ୍ରକାରର ଫୁଲ ଚାଷ କରି ମାସକୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଦମ୍ପତି

ତିରୁଅନନ୍ତପୁରମ୍ : ଟଙ୍କା ରୋଜଗାର କରିବା ପାଇଁ ଚାକିରି ଏକମାତ୍ର ମାଧ୍ୟମ ନୁହେଁ। ନିଜକୁ ଆତ୍ମନିର୍ଭରଶୀଳ କରାଇ ପାରିଲେ ‌ଯେ ଅସୀମିତ ଅର୍ଥ ରୋଜଗାର କରି ହେବ ତାହା ପ୍ରମାଣ କରି ଦେଖ‌ାଇଛନ୍ତି କେରଳର ଏକ ଦମ୍ପତି। କୋଝିକୋଡର ପେରାମ୍ପରା ଅଞ୍ଚଳର ବାସିନ୍ଦା ବିନ୍ଦୁ ଏବଂ ଜୋଜୋ ତାଙ୍କ ବଗିଚାରେ ହଳଦିଆ, ଗୋଲାପୀ, ସବୁଜ ନାରଙ୍ଗୀ ଆଦି ବିଭିନ୍ନ ରଂଗର ଫୁଲ ଫୁଟାଇ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଗତ ୨୦ ବର୍ଷ ହେବ ଏପରି ଫୁଲ ଚାଷ କରି ଆସୁଛନ୍ତି ଏହି ଦମ୍ପତି। ତାଙ୍କ ବଗିଚାକୁ କିପରି ଏତେ ପରିମାଣର ମହୁମାଛି ଆସନ୍ତି ତାହା ଅନେକ ଲୋକ ଏହି ଦମ୍ପତିଙ୍କୁ ପ୍ରଶ୍ନ କରିଥାନ୍ତି। ଏହି ଦମ୍ପତି ଧୀରେ ଧୀରେ ଫୁଲକୁ ନେଇ ତାଙ୍କର ବେପାର ବଢ଼ାଇବାରେ ଲାଗିଛନ୍ତି। ସେ ଫୁଲ ଚାରା ବିକ୍ରି କରିବା ସହ ବାହାଘର କିମ୍ବା ଅନ୍ୟ ଉତ୍ସବମାନଙ୍କରେ ଫୁଲ ସଜା ବରାଦ ବି ଗ୍ରହଣ କରୁଛନ୍ତି।

Betterindia

ନିଜର ଚାଷକୁ ବାଦ୍‌ ଦେଲେ ଏହି ଦମ୍ପତି ପ୍ରେରଣାଦାୟକ ବକ୍ତୃତା ଦେଇ ବି ଦେଇ ବେଶ୍‌ ପ୍ରସିଦ୍ଧି ଅର୍ଜନ କରୁଛନ୍ତି। ବ୍ୟବସାୟରେ କିପରି ସଫଳତା ପାଇ ହେବ ଏ ନେଇ ସେ ସଂପୃକ୍ତ ଅଞ୍ଚଳର ସ୍କୁଲ୍‌ ଓ କଲେଜ୍‌ରେ କ୍ଲାସ୍‌ ମଧ୍ୟ ନେଉଛନ୍ତି।

ସେ ତାଙ୍କର ଚମତ୍କାର କାମ ପାଇଁ ୨୦୦୩ ମସିହାରେ କେରଳ ରାଜ୍ୟ ‌ ଯୁବ କର୍ଷକା ସମ୍ମାନରେ ସମ୍ମାନିତ ହୋଇଛନ୍ତି ଏବଂ ସେ ପ୍ରଧାନମନ୍ତ୍ରୀଙ୍କଠାରୁ ନେସ୍‌ନାଲ୍‌ ପ୍ରୋଗ୍ରେସିଭ୍‌ ଫାର୍ମର ସମ୍ମାନ ମଧ୍ୟ ପାଇଛନ୍ତି।

ସମ୍ବନ୍ଧିତ ଖବର