ବାରିରେ ୫୦ କିଲୋ ଓଜନର ବିରାଟ ପଣସ ଦେଖି ଗିନିଜ୍ ରେକର୍ଡ ପାଇଁ ଆବେଦନ କଲେ କେରଳୀ ବ୍ୟକ୍ତି

କୋଲ୍ଲାମ୍: କେରଳର କୋଲ୍ଲାମ ଅନ୍ତର୍ଗତ ଏଡ଼ାମୁଲକ୍କଲ୍ ଗାଁରେ ଜଣକ ବାରିରେ ୫୦ କିଲୋଗ୍ରାମ୍ ଓଜନର ଗୋଟାଏ ବିରାଟ ପଣସ ଫଳିଛି।

ପୂର୍ବ ରେକର୍ଡ ଭାଙ୍ଗି ଏହି ବିରାଟ ପଣସକୁ ଗିନିଜ୍ ୱାର୍ଲଡ୍ ରେକର୍ଡସ୍‌ରେ ସ୍ଥାନ ଦେବାକୁ ଉକ୍ତ ପରିବାରର ସଦସ୍ୟାମନେ ଆବେଦନ କରିଛନ୍ତି। ପୂର୍ବରୁ ଗିନିଜ୍ ରେକର୍ଡରେ ଗୋଟାଏ ୪୨. ୭ କିଲୋଗ୍ରାମ୍ ଓଜନବିଶିଷ୍ଟ ବଡ଼ ପଣସ ସ୍ଥାନ ପାଇଥିଲା।

Image Source: News Rush

ଏଡ଼ାମୁଲକ୍କଲ୍ର ଜନ୍‌କୁଟ୍ଟୀ କହନ୍ତି ସେ ପଣସର ଓଜନ ୫୧. ୪ କିଲୋଗ୍ରାମ୍‌ରୁ ଅଧିକ ହେବ। ଏହାର ଲମ୍ବ ୯୭ ଇଞ୍ଚ।

ଗଣମାଧ୍ୟମକୁ ସେ କହିଛନ୍ତି, ମୁଁ ସର୍ଚ କରି ଜାଣିବାକୁ ପାଇଲି ସବୁଠୁ ଭାରୀ ପଣସର ଓଜନ ଥିଲା ୪୨. ୭୨ ଗ୍ରାମ୍। ସେଇଟା ମହାରାଷ୍ଟ୍ରର ପୁଣେରୁ ୨୦୧୬ ମସିହା ଜୁନ୍ ୨୩ ତାରିଖ ଦିନ ମିଳିଥିଲା। ସେ ପଣସର ଲମ୍ବ ଥିଲା ୫୭. ୧୫ ସେ.ମି .ଓ ମୋଟେଇ ଥିଲା ୧୩୨. ୦୮ ସେ.ମି.। ତେଣୁ ମୁଁ ଗିନିଜ୍ ୱାର୍ଲ ରେକର୍ଡ ଏବଂ ଲିମ୍କା ବୁକ୍ ଅଫ୍ ରେକର୍ଡ ପାଇଁ ଆବେଦନ କରିଛି।

 

ସମ୍ବନ୍ଧିତ ଖବର