କେବଳ ଥଣ୍ଡା ଜଳବାୟୁପାଇଁ ନୁହେଁ , ବରଂ କେରଳର ପର୍ଯ୍ୟଟନସ୍ଥଳରେ ଶସ୍ତାରେ ମନପସନ୍ଦ ସାମଗ୍ରୀ ମିଳୁଥିବା କାରଣରୁ ପର୍ଯ୍ୟଟକଙ୍କ ଭିଡ଼ ଜମେ !

କେରଳକୁ ଖରାଦିନେ ଅଧିକସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି। ଜାଣନ୍ତୁ କେଉଁସ୍ଥାନକୁ ସବୁଠାରୁ ବେଶୀ ଲୋକ ଆସନ୍ତି
କୋଚି: କେରଳର ଏର୍ଣ୍ଣାକୁଲମ୍‌ ଜିଲ୍ଲାରେ ଅବସ୍ଥିତ ‘କୋଚି’ର ପୂର୍ବ ନାମ ଥିଲା କୋଚିନ୍‌ । ଏହା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବଳର । ଏହା ଏକ ବାଣିଜ୍ୟିକ ସହର ଏହା ପର୍ଯ୍ୟଟକ ମାନଙ୍କୁ ବିନୋଦନ ଓ ସପ୍ପିଙ୍ଗ୍‌ର ଆନନ୍ଦ ଦେଇଥାଏ । ଏହା ତ୍ରୟୋଦଶ ଶତାଦ୍ଦୀରେ ଇଟାଲୀୟ ପରିବ୍ରାଜକଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା । ଏର୍ଣ୍ଣାକୁଲ୍‌ମରେ ବିଭିନ୍ନ ପ୍ରକାରର ସାମଗ୍ରୀ ଶସ୍ତାରେ ମିଳୁଥିବା ଯୋଗୁଁ ଏଠାକୁ ଆସି ପର୍ଯ୍ୟଟକମାନେ ନିଜ ମନପସନ୍ଦ ଜିନିଷ କିଣିଥାଆନ୍ତି ।
ଭାଗାମନ୍‌: କେରଳର ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଟ୍ଟାୟମ୍‌ -ଇଡୁକ୍କିରେ ଭାଗାମନ୍‌ ଶୈଳ ନିବାସ ଅବସ୍ଥିତ । ଏହା ସମୁଦ୍ରପତ୍ତନ ଠାରୁ ପ୍ରାୟ ଏଗାରଶହ ମିଟର ଉଚ୍ଚରେ ସ୍ଥିତ । ଏହାର ଥଣ୍ଡା ଜଳବାୟୁ ପର୍ଯ୍ୟଟକ ମାନଙ୍କୁ ଏଠାରେ ଗ୍ରୀଷ୍ମ ଋତୁରେ ଆସିବାକୁ ପ୍ରୋତ୍ସାହିତ କରିଥାଏ । ଗ୍ରୀଷ୍ମକାଳରେ ଏଠାକାର ତାପମାତ୍ରା ୧୦ ରୁ ୨୩ ଡିଗ୍ରୀ ସେଲସିଅସ୍‌ ମଧ୍ୟରେ ଥାଏ । ଭାଗାମାନ୍‌କୁ ଏସିଆର ସ୍କଟ୍‌ଲାଣ୍ଡ ବୋଲି ମଧ୍ୟ କୁହାଯାଏ । ଏହି ଶୈଳନିବାସ ବ୍ରିଟିଶ ଶାସକ ମାନଙ୍କଦ୍ୱାରା ଆବିଷ୍କୃତ ହୋଇଥିଲା । ଏହା ଚାହା ବଗିଚାପାଇଁ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।


ଜେଓ୍ଵିସ୍‌ ସିନଗ୍‌:- ୧୫୬୮ ମସିହାରେ ନିର୍ମିତ ହୋଇଥିବା ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ।ଏହାର ନିର୍ମାଣ ଶୈଳୀ ଓ ଏଥିରେ ଚାଇନିଜ୍‌ଟାଇଲ୍‌ ଓ ବେଲିଜିଆନ୍‌ କାରୁକାର୍ଯ୍ୟ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ।
‘ଚେରାଇ ବିଚ୍‌’:-୧୩୪୧ରେ ସଂଗଠିତ ମହାବନ୍ୟା ପରେ ବିପନ ଦ୍ୱୀପ ସ୍ଥାପିତ ହୋଇଥିଲା।ଏହାର ଦୈର୍ଘ୍ୟ ପ୍ରାୟ ୨୫ କିଲୋମିଟର ଏବଂ ପ୍ରସ୍ଥ ଦୁଇ କିଲୋମିଟର।


ତିରୁବନନ୍ତପୁରମ୍‌:- ଏହା କେରଳ ରାଜ୍ୟର ରାଜଧାନୀ ପୂର୍ବରୁ ଏହାର ନାମ ଥିଲା ତ୍ରିଭାନ୍ଦ୍ରମ୍‌। ଏହା ତିରୁବନନ୍ତପୁରମ୍‌ ଜିଲ୍ଲାରେ ଅବସ୍ଥିତ।ଏହା ଓ୍ଵଷ୍ଟକୋଷ୍ଟ୍‍ରେ ଅବସ୍ଥିତ। ମହାତ୍ମାଗାନ୍ଧି ଏହି ସହରକୁ ‘ଏଭରଗ୍ରୀନ୍‌ ସିଟି’ବୋଲି ଆଖ୍ୟା ଦେଇଥିଲେ। ଏଠାରେ ସମୁଦ୍ରତଟବର୍ତ୍ତୀ ପର୍ବତ ଓ ମାର୍କେଟ୍‌ ବେଶ୍‌ ଆକର୍ଷଣୀୟ ଥାଏ।ଏଠାରେ ସମୁଦ୍ରତଟବର୍ତ୍ତୀ ପର୍ବତ ଓ ମାର୍କେଟ୍‌ ବେଶ୍‌ ଆକର୍ଷଣୀୟ।

ସମ୍ବନ୍ଧିତ ଖବର