କୃତ୍ରିମ ହୃତ୍‌ପିଣ୍ତରେ ଦଶ ବର୍ଷ ହେଲା ସ˚ପୂର୍ଣ୍ଣ ସୁସ୍ଥ ଜୀବନ ବିତାଉଛନ୍ତି କଲକାତା ବାସିନ୍ଦା ସନ୍ତୋଷ ଦୁଗର

କଲକାତା ବାସିନ୍ଦା ସନ୍ତୋଷ ଦୁଗରଙ୍କ ଶରୀରରେ ଦଶ ବର୍ଷ ତ‌ଳେ କୃତ୍ରିମ ହୃତ୍‌ପିଣ୍ତ ଲାଗିଥିଲା। ଏ ପର୍ଯ୍ୟନ୍ତ ସେ ସ˚ପୂର୍ଣ୍ଣ ସୁସ୍ଥ ଜୀବନ ବିତାଉଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୧୨୦ ଜଣ ଭାରତୀୟଙ୍କ ଶରୀରରେ ଏ ପରି କୃତ୍ରିମ ହୃତ୍‌ପିଣ୍ତ ଲଗାଯାଇଥିଲେ ହେଁ, ସନ୍ତୋଷ ସବୁଠାରୁ ଅଧିକ ସମୟ ସୁସ୍ଥ ଭାବେ ବଞ୍ଚିରହିଥିବା ମଣିଷ। ତେଷଠି ବର୍ଷ ବୟସ୍କ ସନ୍ତୋଷ ଜଣେ ବ୍ୟବସାୟୀ। ୨୦୦୦ ମସିହାରେ ପ୍ରଥମେ ହୃଦ୍‌ଘାତର ଶିକାର ହେବାରୁ ତାଙ୍କ ହୃତ୍‌ପିଣ୍ତରେ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। କିଛି ବର୍ଷ ପରେ ହୃତ୍‌ପିଣ୍ତକୁ ରକ୍ତପ୍ରବାହରେ ସମସ୍ୟା ହେଲା। ତାହା ପରେ ସେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏଆଇଆଇଏମ୍‌ଏସ୍‌)ରେ ଷ୍ଟେମ୍‌ ସେଲ୍‌ ଥେରାପି ମାଧ୍ୟମରେ ଚିକିତ୍ସିତ ହୋଇଥିଲେ। ତାହା ଅଧିକ ଦିନ ଯାଏ କାମ କଲା ନାହିଁ। ଜୀବନର ଶେଷ ମୁହୂର୍ତ୍ତରେ ହୃଦ୍‌ରୋଗ ବିଶେଷଜ୍ଞ ପିକେ ହାଜରାଙ୍କ ପରାମର୍ଶ କ୍ରମେ ସନ୍ତୋଷ ଆମେରିକା ଯାଇଥିଲେ ଏବ˚ ୨୦୦୯ ସେପ୍‌ଟେମ୍ବର୍‌ରେ ତାଙ୍କ ଶରୀରରେ କୃତ୍ରିମ ହୃତ୍‌ପିଣ୍ତ ଲଗାଯାଇଥିଲା। ସେଇଟି ବ୍ୟାଟେରି ଚାଳିତ। ଓଜନ ୪୦୦ ଗ୍ରାମ୍‌। ସେତେ ବେଳେ ମୂଲ୍ୟ ଥିଲା ଏକ କୋଟି ଟଙ୍କା। ଏବେ ମୂଲ୍ୟ ସାମାନ୍ୟ କମିଛି। ୨୦୧୮ରୁ ଆମ ଦେଶରେ ଏ ପରି କୃତ୍ରିମ ହୃତ୍‌ପିଣ୍ତ ରୋପଣର ସୁବିଧା ମିଳିପାରୁଛି।

ସମ୍ବନ୍ଧିତ ଖବର