ଆଗ୍ରହ ସାମ୍ନାରେ ହାର ମାନିଛି ବୟସ, ୮୯ ବର୍ଷରେ ବୁଢ଼ୀ ମାଉସୀ ସିଲେଇ କରୁଛନ୍ତି ବ୍ୟାଗ

ଗୌହାଟୀ: ସ୍ବପ୍ନ ପୂରଣ କରିବା ପାଇଁ କୌଣସି ବୟସ ନଥାଏ, ସ୍ବପ୍ନ ଯେ କୌଣସି ସମୟରେ ବି ଦେଖାଯାଇପାରେ | ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଲତିକା ଚକ୍ରବର୍ତ୍ତୀ | ୮୯ ବର୍ଷ ବୟସରେ ଲତିକା ନିଜେ ହାତରେ ବ୍ୟାଗ ସିଲେଇ କରି ଅନଲାଇନ ବିକ୍ରି କରୁଛନ୍ତି | ନିଜେ ପ୍ରସ୍ତୁତ କରିଥିବା ବ୍ୟାଗର ନାମ ବି ଲତିକା ଖାସ ରଖିଥାନ୍ତି | ଆସାମର ଧୁବରୀରେ ରହୁଥିବା ଲତିକା ଚକ୍ରବର୍ତ୍ତୀ ନିଜ ପୁଅ ତଥା ଭାରତୀୟ ନୌସେନା ଅଧିକାରୀ କ୍ୟାପଟେନ ରାଜ ଚକ୍ରବର୍ତ୍ତୀଙ୍କ ସହ ରୁହନ୍ତି |

ତେବେ ଲତିକା ବହୁ ବର୍ଷ ପୂର୍ବରୁ ଭାରତର କୋଣ ଅନୁକୋଣ ବୁଲିଥିବାବେଳେ ବିଭିନ୍ନ ବ୍ୟାଗ ଦେଖିଥିଲେ | ଏହି ସବୁ ବ୍ୟାଗର ଡ଼ିଜାଇନିଂ ତାଙ୍କୁ ବେଶ ପ୍ରଭାବିତ କରିଥିଲା | ଏହାପରେ ନିଜ ହାତରେ ବ୍ୟାଗ ସିଲେଇ କରିବାକୁ ଲତିକା ସ୍ବପ୍ନ ଦେଖିଥିଲେ ଓ ପୂରଣ ମଧ୍ୟ କରିଥିଲେ |

୨୦୧୪ ମସିହାରୁ ଲତିକା ଏହି ବ୍ୟାଗ ସିଲେଇ କରିବା ଆରମ୍ଭ କରିଥିବାବେଳେ ଏବେ ସୁଦ୍ଧା ୩୦୦ରୁ ଅଧିକ ବ୍ୟାଗ ନିର୍ମାଣ କରିସାରିଲେଣି | ଏହି ବ୍ୟାଗକୁ ଲତିକା ନିଜ ପରିବାର ସଦସ୍ୟଙ୍କୁ ଉପହାର ଭାବେ ଦେବା ସହ ଅନଲାଇନରେ ମଧ୍ୟ ବିକ୍ରି କରିଥାନ୍ତି | ଏଥିପାଇଁ ସେ ଲତିକାବ୍ୟାଗସ ଡଟ କମ ନାମରେ ୱେବସାଇଟଟିଏ ମଧ୍ୟ କରିଛନ୍ତି | ଯେଉଁଠି ସେ ବ୍ୟାଗ ବିକ୍ରୟ କରୁଛନ୍ତି |

ସମ୍ବନ୍ଧିତ ଖବର