ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ କ୍ଷତି ସହିଥିବା ଚାଷୀ ଥାନାରେ ପହଁଞ୍ଚି ରୁଜୁ କଲେ ମାମଲା 

ଲାତୁର: ମହାରାଷ୍ଟ୍ରର ଜଣେ ଚାଷୀଙ୍କୁ ପାଣିପାଗ ବିଭାଗ ପାଇଁ କ୍ଷତି ସହିବାକୁ ପଡ଼ିଥିବା ନେଇ ସେ ଥାନାରେ ଅଭିଯୋଗ କରିବା ସହିତ ମାମଲା ରୁଜୁ କରିଛନ୍ତି। ଚାଷୀଙ୍କ ନାମ ସତ୍ତାର ପଟେଲ। ସତ୍ତାର ଲାତୁର ଜିଲ୍ଲାର ଭିସେଓ୍ଵାଷଘୋଲି ଗ୍ରାମରେ ବସବାସ କରନ୍ତି। ସତ୍ତାର କିଛି ଚାଷୀସାଥୀମାନଙ୍କୁ ନେଇ ଲାତୁରର ମୁରଡ ପୁଲିସ ଷ୍ଟେସନ୍‌ରେ ପହଞ୍ଚି ଥିଲେ।

firstpost.

ପୁଲିସ ଷ୍ଟେସନ୍‌ରେ ପହଞ୍ଚି ଅଭିଯୋଗ କରି ସେ କହିଥିଲେ କି, ପାଣିପାଗ ବିଭାଗ ପୂର୍ବାନୁମାନ ପାଇଁ ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି। ଚଳିତ ବର୍ଷ ୯୭ ପ୍ରତିଶତ ବର୍ଷା ଅନୁମାନ କରିଥିବା ପାଣିପାଗ ବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ୱଳ୍ପ ବର୍ଷା ସମୟରେ ସେ ଜମିରେ ମଞ୍ଜି ବୁଣି ଦେଇଥିଲେ। କିନ୍ତୁ ଏବେ ଉଚିତ ପରିମାଣର ବର୍ଷା ନହେବା କାରଣରୁ ମଞ୍ଜି ସବୁ ଶୁଖି ଯାଇଛି। ଏଥିପାଇଁ ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି। ଯଦି ପାଣିପାଗ ବିଭାଗ ଏଭଳି ମିଥ୍ୟା ପୂର୍ବାନୁମାନ କରି ନଥାଆନ୍ତେ। ସେ ଜମିରେ ମଞ୍ଜି ବୁଣି ନଥାଆନ୍ତେ। ତେବେ ଚାଷୀଙ୍କ ଅଭିଯୋଗ ମୁତାବକ ପାଣିପାଗ ବିଭାଗ ବିରୋଧରେ ୪୨୦ ଧାରାରେ ମାମଲା ରୁଜୁ କରିଛି ପୁଲିସ।

 

 

ସମ୍ବନ୍ଧିତ ଖବର