‘ଆଜି ଅନ୍ତର୍ଜାତୀୟ ବାମହାତୀ ଦିବସ’; ଜାଣନ୍ତୁ ପୂରା ବିଶ୍ୱର ଓ ଆମ ଦେଶ ଭାରତର କେତେ ଜଣ ବଛା ବଛା ବାମହାତୀମାନଙ୍କୁ

ବାମହାତୀ, ଅର୍ଥାତ ସବୁ ପ୍ରଧାନ କାର୍ଯ୍ୟକୁ ବାମ ହାତରେ କରୁଥିବା ବ୍ୟକ୍ତି। ଖାଇବା, ଲେଖିବା, ଆାଙ୍କିବା ଆଦି ଯାହା ସବୁ ଡାହାଣ ହାତର କାର୍ଯ୍ୟ ଲେଫ୍ଟିମାନେ ତାହାକୁ ବାମ ହାତରେ କରିଥାନ୍ତି। ଆଜି, ଅଗଷ୍ଟ ୧୩ ତାରିଖ ହେଉଛି ‘ଇଣ୍ଟର୍‌ ନ୍ୟାସ୍‌ନାଲ୍‌ ଲେଫ୍ଟ-ହ୍ୟାଣ୍ଡର୍ସ ଡେ’, ଅର୍ଥାତ ‘ଅନ୍ତର୍ଜାତୀୟ ବାମହାତୀ ଦିବସ’। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ ଯେ ଏମିତି ଅନେକ ପ୍ରସିଦ୍ଧ ବ୍ୟକ୍ତି ଅଛନ୍ତି ଯିଏକି ହେଉଛନ୍ତି ଜଣେ ଜଣେ ବାମହାତୀ।

ସେମାନଙ୍କ ମଧ୍ୟରେ ଅଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା, ମାଇକ୍ରୋସଫ୍ଟର ନିର୍ମାତା ବିଲ୍‌ ଗେଟ୍‌ସ, ପ୍ରସିଦ୍ଧ ରାଜନେତା ତଥା ସାମରିକ ଶାସକ ନେପୋଲିଓନ୍‌ ବୋନାପାର୍ଟ, ବିଶ୍ୱ ପ୍ରସିଦ୍ଧ ଚିତ୍ର ‘ମୋନାଲିସା’ର ଚିତ୍ରକର ଲିଓନାର୍ଡ ଦା ଭିନ୍‌ସି ଓ ଗ୍ରୀକ୍‌ ଦାର୍ଶନିକ ତଥା ବୈଜ୍ଞାନିକ ଆରିଷ୍ଟଟଲ୍‌ ପ୍ରମୁଖ।

ସେହିପରି ପ୍ରସିଦ୍ଧ ଭାରତୀୟ ଲେଫ୍‌ଟି ବା ବାମହାତୀଙ୍କ ମଧ୍ୟରେ ଅଛନ୍ତି ସ୍ୱାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରସିଦ୍ଧ ବିଲିଉଡ୍‌ ଅଭିନେତା ଅଭିତାଭ ବଚ୍ଚନ, ବିଶିଷ୍ଠ ଶିଳ୍ପପତି ରତନ ଟାଟା ଓ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର୍‌ ପ୍ରମୁଖ।

ଏମାନଙ୍କ ବ୍ୟତୀତ ବଲିଉଡ୍‌ ଅଭିନେତ୍ରୀ ଆଇସା ଟାକିଆ, ସୋନାକ୍ଷୀ ସିହ୍ନା, ଅଭିନେତା ଅଭୟ ଦେଓଲ୍‌, ଅଭିଷେକ ବଚ୍ଚନ, ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି, ଅଭିନେତା ଚାର୍ଲି ଚାପ୍‌ଲିନ, ଭାରତୀୟ କଣ୍ଠଶିଳ୍ପୀ ଆଶା ଭୋଷଲେ, ବୈଜ୍ଞାନିକ ଆଲବର୍ଟ ଆଇନ୍‌ ଷ୍ଟାଇନ୍‌, କଣ୍ଠଶିଳ୍ପି ମାଇକେଲ୍‌ ଜାକ୍‌ସନ୍‌, ଇତିହାସର ପ୍ରସିଦ୍ଧ ବ୍ୟକ୍ତିତ୍ୱ ଆଲେକ୍‌ଜାଣ୍ଡାର ଦ ଗ୍ରେଟ୍‌, ସମାଜସେବୀ ମଦର ଟେରେସା, ଭାରତୀୟ କ୍ରିକେଟର୍‌ ରବି ଶାସ୍ତ୍ରି ପ୍ରମୁଖ।

ସମ୍ବନ୍ଧିତ ଖବର