ଘର ଭିତରକୁ ପଶି ପୋଷା କୁକୁରକୁ ଧରି ଧାଇଁ ପଳାଇଲା ଚିତାବାଘ, ଭାଇରାଲ୍‌ ହେଲା ଭିଡିଓ

ବେଙ୍ଗାଲୁର:  ଗୁଜୁରାଟର ରେସିଡେନ୍‌ସିଆଲ୍‌ ଅଞ୍ଚଳରୁ ବାଘ ବାହାରିବାର ପରଦିନ କର୍ଣ୍ଣାଟକରେ ଅନୁରୂପ ଘଟଣା ଦେଖିବାକୁ ମିଳିଛି। କର୍ଣ୍ଣାଟକ ଜଣଙ୍କ ଘରକୁ ଚିତାବାଘ ପଶୁଥିବା ବେଳର ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଚିତାଟି ଘର ଭିତରକୁ ପଶି ପୋଷା କୁକୁରକୁ ଧରି ବାହାରକୁ ବାହାରି ଆସୁଛି। ଏହି ଘଟଣାଟି ସେପ୍ଟେମ୍ବର ୧୪ ତାରିଖର ବୋଲି ଜଣାପଡ଼ିଛି।

ଭିଡିଓରେ ଦେଖିବାକୁ ମିଳିଛି ଚିତାବାଘଟି ପାଚେରି କାନ୍ଥ ଦେଇ ଭିତରକୁ ପଶୁଛି। କିଛି ସମୟ ଧରି ପାଚେରି ଭିତରେ ବୁଲାବୁଲି କରୁଛି। ତା’ପରେ ନିଜ ପଞ୍ଝାରେ ଘରର ପୋଷା କୁକୁରକୁ ଧରି ପୁଣି କାନ୍ଥ ଡେଇଁ ବାହାରକୁ ପଳାଉଛି। ଏହି ଭିଡିଓଟି ଏଏନ୍‌ଆଇ ଟ୍ଵିଟ୍‌ କରିବା ପରେ ଏହାକୁ ଅନେକ ରି-ଟ୍ଵିଟ୍‌ କରି ଏହା ଉପରେ ପ୍ରତିକ୍ରିୟା ରଖି ସାରିଲେଣି।

ସମ୍ବନ୍ଧିତ ଖବର