ଆଶ୍ଚର୍ଯ୍ୟଜନକ ଦୃଶ୍ୟ! ପର୍ଯ୍ୟଟକଙ୍କ ଗାଡ଼ି ଭିତରେ ପଶି ଲୋକଙ୍କୁ ଆଲିଙ୍ଗନ କରୁଛି ସିଂହ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଥାଆନ୍ତି।

ସାଧାରଣତଃ ଜଙ୍ଗଲ ବ୍ୟତୀତ ସିଂହମାନଙ୍କୁ ପ୍ରାଣୀ ଉଦ୍ୟାନରେ ଦେଖିବାକୁ ମିଳିଥାଏ। ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ସିଂହକୁ ଅମୀର ଶେଖଙ୍କ ଘରେ ବି ଦେଖିବାକୁ ପାଇଥିବେ। କିନ୍ତୁ ନିକଟ‌ରେ ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ।

 

ଇଣ୍ଟରନେଟରେ ସିଂହ ଓ ମଣିଷକୁ ନେଇ ଭାଇରାଲ ହୋଇଥିବା ଏକ ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓରେ ଏକ ସିଂହ ପର୍ଯ୍ୟଟକଙ୍କ ଗାଡ଼ିରେ ଚଢ଼ିବା ପରେ ଜଣେ ପର୍ଯ୍ୟଟକଙ୍କ ଉପରେ ଚଢ଼ି ଆଲିଙ୍ଗନ କରୁଥିବା ନଜର ଆସିଛି। ଏଥିସହିତ ଜଣେ ବ୍ୟକ୍ତି ସିଂହକୁ ଆଉଁସୁ ଥିବା ବି ଦେଖିବାକୁ ମିଳୁଛି।

ଏପର୍ଯ୍ୟନ୍ତ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରାୟ ୮ ଲକ୍ଷରୁ ଅଧିକ ଥର ଦେଖା ଯାଇସାରିଲାଣି। ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧିତ ଖବର