ନିଜ କୁକୁର ପରି ଦିଶିବାକୁ ମୁହଁରେ ମେକ୍‌ଅପ୍‌ ଲଗାଉଥିବା ବେଳେ କୁନିଝିଅର ଭିଡିଓ ଭାଇରାଲ୍‌

ଯଦି ଆପଣଙ୍କୁ କୁନି ପିଲା ଓ କୁକରଙ୍କ ପ୍ରତି ଭଲପାଇବା ଅଛି ତ ଆମେ ଆପଣଙ୍କୁ ଦେଖାଇବୁ ଏକ ଚମତ୍କାର ଭିଡିଓ। ଭଡିଓରେ ଏକ କୁନି ଝିଅଟି ନିଜ କୁକୁର ପରି ଦିଶିବା ପାଇଁ ମେକ୍‌ଅପ୍‌ ନେଉଥିବା ଦେଖିବାକୁ ମିଳିଛି। କୁନି ଝିଅଟି ନିଜ କୁକୁରକୁ ଅତ୍ୟନ୍ତ ଭଲପାଉଥିବାରୁ ସେ ତା’ର କୁକୁର ପରି ଦିଶିବା ପାଇଁ ଯେଉଁଭଳି ମେକ୍‌ଅପ୍‌ ନେଉଛି ତାହା ଏବେ ସଭିଙ୍କୁ ଚକିତ କରୁଛି।

ଭିଡିଓଟିକୁ ସୁଟ୍‌ କରିଛନ୍ତି ଝିଅଟିର ମାଆ। ଏହି ଭିଡିଓଟି ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବା ପରେ ଏବେ ଏହାକୁ ଅୟୁତ ଅୟୁତ ଲୋକ ଦେଖି ସାରିଲେଣି। ଏହି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛି ଗୁଡ୍‌ ନିଉଜ୍‌ ମୁଭ୍‌ମେଣ୍ଟ୍‌ସ। ଏହାର ଭିୟୁ ପାଖାପାଖି ୯ ମିଲିୟନ୍‌ ହୋଇ ସାରିଲାଣି।

ଭିଡିଓରେ ଣୁଣିବାକୁ ମିଳୁଛି ଯେ କୁନି ଝିଅଟିକୁ ତା’ର ମାଆ ପଚାରୁଛନ୍ତି, ‘ତୁ ମୁହଁରେ ଏକରି ମେକ୍‌ଅପ୍‌ କାଇଁ ଲଗାଉଛୁ।’ ଝିଅଟି ଉତ୍ତର ଦେଉଛି, ‘କାରଣ ମୁଁ ମୋ ପୋଷା କୁକୁର ଫ୍ରାନସିସ୍କୋ ପରି ଦିଶିବାକୁ ଚାହୁଁଛି।’

 

ତାପରେ କ୍ୟାମେରାରେ ଫ୍ରାନସିସ୍କୋକୁ ବି ଦେଖିବାକୁ ମିଳୁଛି। ଫ୍ରାନସିସ୍କୋର ଆଖି ଚାରିପାଖ କଳା ରଂଗ ହୋଇଥିବାରୁ କୁନି ଝିଅଟି ନିଜ ଆଖି ଚାରିପାଖରେ କଳା ରଂଗ ଲଗାଉଥିବା ଦେଖିବାକୁ ମିଳିଛି।

ଭିଡିଓଟିକୁ ଦେଖିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ କୁନି ଝିଅଟିକୁ ଖୁବ୍ ପ୍ରଶଂସା କରିଛନ୍ତି। ଜଣେ ବ୍ୟବହାରକାରୀ କମେଣ୍ଟ୍‌ କରିଛନ୍ତି ଯେ କୁନି ପିଲାଟି ହେଲେ ବି ତା’ର ରଂଗ ଜ୍ଞାନ ଖୁବ୍ ଭଲ।

ସମ୍ବନ୍ଧିତ ଖବର