ଷ୍ଟେସନରେ ଠିଆ ହୋଇଥିବା ବେଳେ ହଠାତ ତଳକୁ ଖସି ପଡ଼ିଲେ ଯୁବକ, ଦ୍ରୁତଗତିରେ ଟ୍ରେନ ଚାଲିଯିବା ପରର ଦୃଶ୍ୟ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଆସାନଗାଓଁରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଷ୍ଟେସନ ଦେଇ ଏକ ଦ୍ରୁତଗାମୀ ଟ୍ରେନ ପ୍ରବେଶ କରୁଥିବା ସମୟରେ ଜଣେ ଯୁବକ ଧାରଣାକୁ ଖସି ପଡ଼ିଥିଲେ । କିନ୍ତୁ ଟ୍ରେନ ଯିବା ପରର ଦୃଶ୍ୟ ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଯୁବକଙ୍କୁ କୌଣସି ପ୍ରକାରର ଆଘାତ ନ ଲାଗିଥିବା ବେଳେ ସେ ଆରାମରେ ଉଠି ରେଳ ଧାରଣା ପାର ହୋଇଥିଲେ ।

ଉପସ୍ଥିତ ଲୋକଙ୍କ କହିବା ଅନୁଯାୟୀ, ଯୁବକଜଣଙ୍କ ହଠାତ ତଳକୁ ଖସି ପଡ଼ିବା ପରେ ସେଇ ଧାରଣା ଦେଇ ଏକ ଦ୍ରୁତଗାମୀ ଟ୍ରେନ ଆସିଥିଲା । ଯୁବକଜଣଙ୍କ ଧାରଣା ଏବଂ ପ୍ଲାଟ୍‌ଫର୍ମ ମଧ୍ୟରେ ଚାପି ହୋଇ ରହି ଯାଇଥିବାରୁ ତାଙ୍କୁ କୌଣସି ପ୍ରକାରର ଆଘାତ ଲାଗି ନଥିଲା । ଟ୍ରେନ ଯିବା ପରେ ସେ ସେଠାରୁ ଉଠି ପଡ଼ି ରେଳ ଧାରଣା ପାର ହୋଇଥିଲେ । ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ  ହୋଇଛି ।

ସମ୍ବନ୍ଧିତ ଖବର