୩୨ବର୍ଷ ପରେ ନିଜ ବାପାମାଆଙ୍କୁ ଫେରି ପାଇଲେ ୩୨ ବର୍ଷ ତଳେ ହଜି ଯାଇଥିବା ପୁଅ

ବେଜିଂ: ଆପଣ ହୁଏତ ପୂର୍ବରୁ ସିନେମାରେ ଏପରି କାହାଣୀ ଦେଖିଥିବେ! ପିଲାଦିନେ ଅପହୃତ ହୋଇଥିବା ଚୀନର ଜଣେ କୁନି ବାଳକ ଦୀର୍ଘ ୩୨ ବର୍ଷ ପରେ ନିଜ ଜନ୍ମକଲା ବାପାମାଆଙ୍କୁ ଫେରିପାଇବା ଘଟଣା ଅନେକଙ୍କୁ ଭାବପ୍ରବଣ କରାଇ ଦେଇଛି। ଫେସିଆଲ୍ ରେକ୍‌ଗନିସନ୍‌ କୌଶଳ ଅବଲମ୍ବନ କରି ପୁଲିସ୍‌ ଯୁବକଙ୍କୁ ଚିହ୍ନଟ କରିଥିବା ଜାଣିବାକୁ ମିଳିଛି।

୧୯୮୮ ମସିହାରେ ମାଓ ୟିନ୍‌ ନାମକ କୁନ ଶିଶୁକୁ ମାତ୍ର ୨ ବର୍ଷ ବୟସ ହୋଇଥାଏ। ଚୀନର ଏକ ସପିଂ ମଲ୍‌ ସାମ୍ନାରୁ ଅପହରଣକାରୀ ମାଓଙ୍କୁ ଅପହରଣ କରି ନେଇ ଜଣେ ନିସନ୍ତାନ ଦମ୍ପତିଙ୍କୁ ବିକ୍ରି କରି ଦେଇଥିଲେ। ସେହି ନିସନ୍ତାନ ଦମ୍ପତି କୁନି ଶିଶୁଟିକୁ ନିଜ ପିଲା ପରି ପାଳି ପୋଷି ବଡ଼ କରିଥିଲେ।

ପୁଲିସ୍‌ ମାଓଙ୍କର ଏକ ପିଲାଦିନର ଫଟୋ ନେଇ ଫେସିଆଲ୍ ରେକ୍‌ଗନିସନ୍‌ କୌଶଳ ଜରିଆରେ ଏବେକାର ଏକ ଫଟୋ ବାହାର କରିଥିଲା, ଯାହାକି ପୁଲିସ୍‌କୁ ମାଓଙ୍କୁ ଖୋଜି ପାଇବାରେ ସାହାଯ୍ୟ କରିଥିଲା।

ସୋମବାର ଦିନ ମାଓ ନିଜ ଜନ୍ମ କଲା ବାପମାଆଙ୍କୁ ଲୁହ ଭରା ଆଖିରେ ଭେଟିଥିଲେ, ଯିଏକି ନିଜ ପିଲାକୁ ହରାଇବା ଦିନଠାରୁ ଖୋଜିବା ବନ୍ଦ କରି ନଥିଲେ।

ଗଣମାଧ୍ୟମରେ ନିଜର ବୟାନ ଦେଇ ମାଓଙ୍କ ମାଆ ଲି କୁହନ୍ତି କି ଗତ ୩୦ ବର୍ଷ ହେବ ସେ ତାଙ୍କ ପୁଅକୁ ଖୋଜି ଆସୁଛନ୍ତି।

ସମ୍ବନ୍ଧିତ ଖବର