ରୋଗୀମାନଙ୍କ ମନୋରଞ୍ଜନ କରିବା ଏବଂ ନିଜର ଚାପ କମାଇବା ପାଇଁ ହସ୍ପିଟାଲରେ ନୃତ୍ୟ କଲେ କରୋନା ଯୋଦ୍ଧା

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କୋଭିଡ -୧୯ର ୬୩,୫୦୯ଟି ନୂତନ ମାମଲା ଆସିବା ସହିତ ମୋଟ ସଂକ୍ରମଣ ସଂଖ୍ୟା ୭୨,୩୯,୩୮୯କୁ ବୃଦ୍ଧି ପାଇଛି। ଏଥିସହିତ ଏହି ରୋଗରୁ ୬୩ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ରୋଗୀଙ୍କୁ ଭଲ କରିବା ପାଇଁ କରୋନା ଯୋଦ୍ଧା ମଧ୍ୟ କଠିନ ପରିଶ୍ରମ କରୁଛନ୍ତି | ହସ୍ପିଟାଲରେ କରୋନା ସହିତ ଲଢ଼ୁଥିବା ରୋଗୀଙ୍କ ମନୋରଞ୍ଜନ କରିବା ପାଇଁ ବି କରୋନା ଯୋଦ୍ଧା ବିଭିନ୍ନ କାର୍ଯ୍ୟ କରୁଛନ୍ତି | ଏହି କ୍ରମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କରୋନା ଯୋଦ୍ଧା ‘ଚିଟ୍ଟିୟା କଲାଇୟା’ ଗୀତରେ ରୋଗୀଙ୍କ ସାମ୍ନାରେ ସୁନ୍ଦର ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି।

ଭିଡିଓଟି ଆସାମର ତେଜପୁର ମେଡିକାଲ କଲେଜରୁ ଆସିଛି | ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଆସାମର ତେଜପୁର ମେଡିକାଲ କଲେଜରେ ତିନିଜଣ କରୋନା ଯୋଦ୍ଧା ବଲିଉଡର ଲୋକପ୍ରିୟ ଗୀତ ‘ଚିଟ୍ଟିୟା କଲାଇୟା’ ଗୀତରେ ନାଚି ଥିଲେ। ରୋଗୀମାନଙ୍କୁ ମନୋରଞ୍ଜନ କରିବା ଏବଂ ନିଜର ଚାପ କମାଇବା ପାଇଁ ସେମାନେ ଏହି ନୃତ୍ୟ ପରିବେଷଣ କରିଥିଲେ |

ଡାକ୍ତରଖାନାର ଅଧୀକ୍ଷକ ଏହି ଭିଡିଓ ଟୁଇଟ୍ କରିଛନ୍ତି। କୋଭିଡ ୱାର୍ଡକୁ ଯାଇ ଡାକ୍ତର ଡିମ୍ପି, ନୀତାଶ୍ରୀ ଏବଂ ଅନନ୍ୟା ଏହି ନୃତ୍ୟ କରିଥିଲେ।

୨୪ ଘଣ୍ଟା ମଧ୍ୟରେ କରୋନାଭାଇରସରେ  ଦେଶରେ ୭୩୦ରୁ ଅଧିକ ରୋଗୀଙ୍କର ମୃତ୍ୟୁ ହୋଇଛି। ଏହି ମୃତ୍ୟୁ ସହିତ ଦେଶରେ ମହାମାରୀ ହେତୁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧,୧୦,୫୮୬ ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର