ହାଇଦ୍ରାବାଦରେ ଜନ୍ମ ନେଇଥିଲା ‘ମତ୍ସ୍ୟ-ମାନବ’, ଦୁଇଘଣ୍ଟା ପରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଜଳପରୀ ଭଳି ଏକ ଶିଶୁ ଜନ୍ମ ନେଇଥିଲା। ଦୁର୍ଭାଗ୍ୟବଶତଃ ଶିଶୁଟି ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହି ପାରିଲା ନାହିଁ। କିନ୍ତୁ ଏହି ଦୁର୍ଲଭ ଦୃଶ୍ୟ ଦେଖି ଶିଶୁର ପରିବାର ଓ ଡାକ୍ତର  ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଏଭଳି ଘଟଣା ୧୦ଲକ୍ଷ ଶିଶୁରେ ଜଣଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଜନ୍ମିତ ଶିଶୁର ଅଧା ଶରୀର ମଣିଷର ଓ ଆଉ ବାକି ଅଂଶ ମାଛର ଲାଞ୍ଜ ଅଂଶ ଭଳି ଦେଖା ଯାଉଥିଲା। ଏଭଳି ରୋଗକୁ ‘‘ମରମେଡ ସିଣ୍ଡ୍ରୋମ’ ବୋଲି କୁହାଯାଇଥାଏ। ଲୋକମାନେ ଏଭଳି ଶିଶୁକୁ ମତ୍ସ୍ୟ ମାନବ ଜନ୍ମ ନେଇଛି ବୋଲି କହୁଛନ୍ତି।

ହାଇଦ୍ରାବାଦସ୍ଥିତ ପେଟଲାବୁର୍ଜ ମେଟରନିଟି ହସ୍ପିଟାଲରେ ଏଭଳି ବିରଳ ଶିଶୁ ଜନ୍ମ ନେଇଥିଲା। ଏହାକୁ ଲୋକମାନେ ‘ମରମେଡ ବେବି’ ବୋଲି କହୁଛନ୍ତି। ଅର୍ଥାତ ଶିଶୁଟି ଦେଖିବାକୁ ଜଳପରୀ ଭଳି ଦେଖାଯାଉଥିଲା। ଗତ ସପ୍ତାହରେ ଏଭଳି ଶିଶୁ ଜନ୍ମ ହୋଇଥିଲା। ଜନ୍ମ ହେବାର ମାତ୍ର ୨ଘଣ୍ଟା ଭିତରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା।

୨୦୧୮ରେ ମହାରାଷ୍ଟ୍ରର ଅମ୍ବାଜୋଗାଇସ୍ଥିତ ସ୍ବାମୀ ରାମନନ୍ଦ ତୀର୍ଥ ଗ୍ରାମୀଣ ହସ୍ପିଟାଲରେ ବି ଏମିତି ଏକ ଶିଶୁ ଜନ୍ମ ନେଇଥିଲା। ହାଇଦ୍ରାବାଦରେ ଜନ୍ମ ନେଇଥିବା ଶିଶୁ ଭଳି ଏହି ଶିଶୁଟି ବି ଜନ୍ମ ହେବାର ୧୫ମିନିଟ ଭିତରେ ଆଖିବୁଜି  ଦେଇଥିଲା। ଏମିତି ଆଉ ଏକ ଘଟଣା ୨୦୧୭ରେ ଦେଖିବାକୁ ମିଳିଥିଲା। ଜନୈକ ୨୩ବର୍ଷୀୟ ମହିଳା ଏଭଳି ଏକ ଶିଶୁକୁ ଜନ୍ମ ଦେଇଥିଲେ, ଯିଏକି ୪ଘଣ୍ଟା ଜୀବିତ ରହିଥିଲା। ଏହାପରେ ଶିଶୁର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର