ବିଶ୍ୱର ଏହି ଦେଶର ଯୁବତୀମାନେ ସବୁଠାରୁ ସୁନ୍ଦରୀ

ମହିଳାମାନେ ନିଜ ନିଜର ସୌନ୍ଦର୍ଯ୍ୟକୁ ନେଇ ଯେମିତି ଗର୍ବ ଅନୁଭବ କରନ୍ତି,ଠିକ୍‌ ସେହିପରି ସେମାନଙ୍କର ସୌନ୍ଦର୍ଯ୍ୟର ଚର୍ଚ୍ଚା ହୋଇଥାଏ। ସୋସିଆଲ୍‌ ମିଡ଼ିଆରେ ବିଭିନ୍ନ ଦେଶରେ ମହିଳାମାନଙ୍କର ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା ହୋଇଥାଏ। ଏବେ ଆସନ୍ତୁ ଜାଣିବା କେଉଁ ଦେଶର ମହିଳାମାନେ ସବୁଠାରୁ ସୁନ୍ଦର…
ସ୍ୱିଡ଼େନ୍‌:- ସ୍ୱିଡ଼େନ୍‌ର ମହିଳାମାନେ ଖୁବ୍‌ ସୁନ୍ଦରୀ।ଏହି କାରଣରୁ ସ୍ୱିଡ଼େନ୍‌ର ଯୁବତୀମାନେ ତିନି ତିନି ଥର ମିସ୍‌ ଓ୍ଵାର୍ଲଡ଼୍‍ ଓ ତିନି ଥର ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି। ଖାଲି ସେତିକି ନୁହେଁ ଏହି ଦେଶର ଯୁବତୀମାନେ ୧୪ ଥର ରନର୍ସ ଅପ୍‌ ମଧ୍ୟ ହୋଇଛନ୍ତି। ଏଥପାଇଁ ସାରା ବିଶ୍ୱରେ ସ୍ୱିଡ଼େନ୍‌ ସର୍ବାଧିକ ଚର୍ଚ୍ଚିତ।
ବେନେଜୁୁଏଲା:- ବେନେଜୁୁଏଲା ଦେଶର ଯୁବତୀମାନେ ବେଶ୍‌ ସୁନ୍ଦରୀ,ଏହି ଦେଶର ଯୁବତୀମାନେ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ୨୧ ଥର ବିଜୟନୀ ହୋଇଛନ୍ତି। ଏଥିମଧ୍ୟରୁ ୭ଟି ମିସ୍‌ ୟୁନିଭର୍ସ ,୬ଟି ମିସ୍‌ ଓ୍ଵାର୍ଲଡ଼ ,୭ଟି ମିସ୍‌ ଇଣ୍ଟରନେସନାଲ୍‌ ଓ ୨ଟି ମିସ୍‌ ଆର୍ଥ ମୁକୁଟ ହାସଲ କରିଛନ୍ତି ଏ ଦେଶର ଯୁବତୀମାନେ। ବେନେଜୁୁଏଲାର ୪୦ ଜଣ ଯୁବତୀ ରନର୍ସ ଅପ୍‌ ବି ହୋଇଛନ୍ତି।
ଆମେରିକା:- ଆମେରିକାର ଯୁବତୀମାନେ ୮ ଥର ମିସ୍‌ ୟୁନିଭର୍ସ, ୩ ଥର ମିସ୍‌ ଓ୍ଵାର୍ଲଡ଼ ,୩ ଥର ମିସ୍‌ ଇଣ୍ଟରନେସନାଲ୍‌ ମୁକୁଟ ବିଜୟନୀ ହୋଇଛନ୍ତି। ୫୫ ଜଣ ଯୁବତୀ ରନର୍ସ ଅପ୍‌ ମଧ୍ୟ ହୋଇଥିଲେ।
ଫିଲିପିନ୍‌ସ :- ଫିଲିପିନ୍‌ସର ଯୁବତୀମାନେ ଏଯାଏ,ଁ ୧୨ ଥର ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟନୀ ହୋଇଛନ୍ତି। ଏଥିମଧ୍ୟରୁ ୩ ଥର ମିସ୍‌ ୟୁନିଭର୍ସ,ଥରେ ମିସ୍‌ ଓ୍ଵାର୍ଲଡ଼,୫ ଥର ମିସ୍‌ ଇଣ୍ଟରନେସନାଲ୍‌ ,୩ ଥର ମିସ୍‌ ଆର୍ଥ ମୁକୁଟ ପାଇଛନ୍ତିଏହି ଦେଶର ଯୁବତୀ। ୨୧ ଥର ଏହି ରନର୍ସ ଅପ୍‌ ବି ହୋଇଛନ୍ତି।

ଭାରତ:- ଭାରତୀୟ ଯୁବତୀମାନେ ବି ଖୁବ୍‌ ସୁନ୍ଦରୀ ।ଏଠି ଭାରତର ୨ ଜଣ ଯୁବତୀ ମିସ୍‌ ୟୁନିଭର୍ସ ,୫ ଜଣ ଯୁବତୀ ମିସ୍‌ ଓ୍ଵାର୍ଲଡ଼ ଓ ଜଣେ ମିସ୍‌ ଆର୍ଥ ବନିଛନ୍ତି। ଏହାଛଡ଼ା ୧୫ ଜଣ ରନର୍ସ ଅପ୍‌ ବି ବନିଛନ୍ତି।

ସମ୍ବନ୍ଧିତ ଖବର