ପୁଅର ପାପ ଧୋଇବାକୁ ୧୫ ବର୍ଷ ହେଲା ଗଙ୍ଗାଜଳ ବାଣ୍ଟୁଛନ୍ତି ୯୭ ବର୍ଷୀୟ ବୁଢ଼ୀ ମାଉସୀ

ପ୍ରୟାଗରାଜ: ପୁଅ ସିନା ନାହିଁ କିନ୍ତୁ ସେ କରିଥିବା ପାପ ଅଛି, କିଛି ଏହି କଥା ଭାବି ସେହି ପାପର ପ୍ରାୟଶ୍ଚିତ କରିବାକୁ ୧୫ ବର୍ଷ ହେଲା ଗଙ୍ଗାଜଳ ବାଣ୍ଟୁଛନ୍ତି ବୁଢ଼ୀ ମାଉସୀ | ଆମେ କହୁଛୁ ଉତ୍ତରପ୍ରଦେଶ ପ୍ରୟାଗରାଜର ପାର୍ବତୀ ପାଣ୍ଡେଙ୍କ କଥା, ଯିଏ ନିଜ ପୁଅର କୃତକର୍ମ ପାଇଁ ସଂଘର୍ଷ କରିଚାଲିଛନ୍ତି | ୨୦୦୪ ମସିହା, ପାର୍ବତୀଙ୍କ ଘରେ ପୁଲିସ ପହଂଚି ଜଣାଇଥିଲା ଯେ ଜଣେ ବ୍ୟକ୍ତିଙ୍କୁ ଅପହରଣ ଉଦ୍ୟମ କରୁଥିବାବେଳେ ଏସଟିଏଫ(ସ୍ପେଶାଲ ଟାସ୍କ ଫୋର୍ସ) ଏନକାଉଣ୍ଟରରେ ମୃତ୍ୟୁ ଘଟିଛି | ଏହି ଖବର ଜାଣି ସେ ଚକିତ ହୋଇଯାଇଥିଲେ। ପୁଅ ଉପରେ ହତ୍ୟା ଅଭିଯୋଗର ଅନେକ ଅଭିଯୋଗ ଜାଣିବା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା। ସେ ପୁଅର ପାପର ପ୍ରାୟଶ୍ଚିତ କରିବାକୁ ସ୍ଥିର କଲେ। ସେହି ଦିନଠାରୁ, ସେ ନିଜ ପୁଅ କରିଥିବା ପାପର ପ୍ରାୟଶ୍ଚିତ କରିବା ପାଇଁ ପ୍ରତିଦିନ ସକାଳେ ପ୍ରୟାଗରାଜର ଶିବକୁଟି ଘାଟରେ ଗଙ୍ଗା ପାଣି ସଂଗ୍ରହ କରନ୍ତି | ଏହା ପରେ ମନ୍ଦିରରେ ପ୍ରାର୍ଥନା କରି ଏକ ଛୋଟ ଟିଣ ବାକ୍ସରେ ଗଙ୍ଗା ପାଣି ନେଇ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିଯାନ୍ତି । ସମସ୍ତଙ୍କ ହାତରେ ପବିତ୍ର ଗଙ୍ଗା ଜଳ ଟିକେ ଟିକେ ଦିଅନ୍ତି |

ପାର୍ବତୀ ମୂଳତଃ ବିହାର ଭୋଜପୁରର ହୋଇଥିବାବେଳେ ତାଙ୍କ ପରିବାର ବହୁ ପୂର୍ବରୁ ପ୍ରୟାଗରାଜ ଆସି ଗଙ୍ଗା କୂଳରେ ଥିବା ଦାରାଗଞ୍ଜରେ ଅବସ୍ଥାନ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ଏହା ପରେ ସେ ଗାଜୀପୁରରେ ଏକ ଧନୀ ଘରେ ବିବାହ କରିଥିଲେ। କିନ୍ତୁ ସୁଖର ଦିନ ଅଧିକ ଦିନ ରହିପାରିନଥିଲା | ପ୍ରଥମେ ସ୍ୱାମୀ ଓ ତା ପରେ ତାଙ୍କ ପିତା ଏବଂ ଭାଇମାନଙ୍କ ଦେହାନ୍ତ ହୋଇଯାଇଥିଲା । ସମ୍ପୂର୍ଣ୍ଣ ଏକା ହୋଇଯିବ ପରେ ବି ଶେଷ ଭରସା ଥିଲା ଏକମାତ୍ର ପୁଅ ଶ୍ଲୋକ | ଛୋଟବେଳୁ ଶ୍ଳୋକଙ୍କୁ ପାର୍ବତୀ ବଢାଇଥିଲେ ବି ମା ର ଗୁରୁତ୍ୱ ନ ବୁଝି ପୁଅ ୧୯ ବର୍ଷ ବୟସରେ ଅଲଗା ରହିଥିଲା ।

Photo-Dainik Jagarana

ଡିସେମ୍ବର ୨୦୦୪ ରେ, ଦିନେ ପୁଲିସ ଆସି ପାର୍ବତୀଙ୍କୁ କହିଥିଲା ଯେ ଏକ ଅପହରଣ ମାମଲାରେ ତାଙ୍କ ପୁଅ ଶ୍ଲୋକଙ୍କୁ ବାରାଣାସୀରେ ଏସଟିଏଫ ଏନକାଉଣ୍ଟର କରିଛି। ସେହି ଦିନଠାରୁ, ସେ ନିଜ ପୁଅ କରିଥିବା ପାପର ପ୍ରାୟଶ୍ଚିତ କରିବା ପାଇଁ ପ୍ରତିଦିନ ସକାଳେ ଶିବକୁଟି ଘାଟରେ ଗଙ୍ଗା ପାଣି ସଂଗ୍ରହ କରନ୍ତି | ଏହା ପରେମନ୍ଦିରରେ ପ୍ରାର୍ଥନା କରି ଏକ ଛୋଟ ଟିଣ ବାକ୍ସରେ ଗଙ୍ଗା ପାଣି ନେଇ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିଯାନ୍ତି । ସମସ୍ତଙ୍କ ହାତରେ ପବିତ୍ର ଗଙ୍ଗା ଜଳ ଟିକେ ଟିକେ ଦିଅନ୍ତି | ସ୍ଥାନୀୟ ଲୋକଙ୍କ କହିବା କଥା ଏଭଳି ମା ସେମାନେ କେବେ ଦେଖିନାହାଁନ୍ତି | ପାର୍ବତୀ ମାଙ୍କ ହାତରୁ ଗଙ୍ଗା ଜଳ ଟିକେ ପାଇବାକୁ ଏବେ ସେମାନେ ପ୍ରତିଦିନ ସକାଳେ ଅପେକ୍ଷା କରୁଛନ୍ତି |

ସମ୍ବନ୍ଧିତ ଖବର