ପରୀକ୍ଷା ଅଧାରୁ ଆର ପାରିକୁ ଚାଲି ଯାଇଥିଲେ ଶ୍ରୀଧର, ଫଳାଫଳ ଆସିବା ପରେ ୩ଟି ବିଷୟରେ ରହିଛିି ୧୦୦ପ୍ରତିଶତ ନମ୍ବର

ନୋଏଡା : ସୋମବାର ସିବିଏସ୍‌ଇ ପରୀକ୍ଷାର ଫଳ ବାହାରିଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ବିନାୟକ ଶ୍ରୀଧରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବଡ଼ ହୋଇ ଜଣେ ଅନ୍ତରୀକ୍ଷ ବୈଜ୍ଞାନିକ ହେବାକୁ ଚାହୁଁଥିବା ଶ୍ରୀଧରଙ୍କ ସ୍ୱପ୍ନ ଅଧାରୁ ମଉଳି ଯାଇଥିଲା । ଦଶମ ପରୀକ୍ଷା ଦେଇ ସେ ନିଜ ଜୀବନର ଲକ୍ଷ ହାସଲ କରିବା ଦିଗରେ ପାଦେ ଆଗକୁ ବଢ଼ିବେ ବୋଲି ଭାବିଥିବା ବେଳେ ପରୀକ୍ଷା ଅଧାରୁ ଶ୍ରୀଧର ଆର ପାରିକୁ ଚାଲି ଯାଇଥିଲେ।  ୩ଟି ବିଷୟର ପରୀକ୍ଷା ଦେବା ପରେ ମାର୍ଚ୍ଚ ମାସରେ ଶ୍ରୀଧରଙ୍କର ଦେହାନ୍ତ ହୋଇ ଯାଇଥିଲା । ଏବେ ସିବିଏସ୍‌ଇ ପରୀକ୍ଷାର ଫଳାଫଳ ଆସିବା ପରେ ଶ୍ରୀଧର ଦେଇଥିବା ୩ଟି ବିଷୟରେ ୧୦୦ପ୍ରତିଶତ ନମ୍ବର ଆଣିଥିବା ଜଣା ପଡ଼ିଛି । ଶ୍ରୀଧରଙ୍କ ନମ୍ବର ଦେଖି ସେ କେବଳ ଅନ୍ତରୀକ୍ଷ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁ ନଥିଲେ ବରଂ ପୂରା କରିବା ପାଇଁ ସଂପୂର୍ଣ୍ଣ ଚେଷ୍ଟା କରୁଥିଲେ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ରିପୋର୍ଟ କାର୍ଡରେ ଶ୍ରୀଧର ଇଂରାଜୀରେ ୧୦୦ମାର୍କ, ବିଜ୍ଞାନରେ ୯୬ ଏବଂ ସଂସ୍କୃତରେ ୯୭ମାର୍କ ହାସଲ କରିଥିବା ଜଣା ପଡ଼ିଛି । ଏହି ୩ଟି ପରୀକ୍ଷା ଦେବା ପରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା । ଯାହା ପାଇଁ ସେ କମ୍ପ୍ୟୁଟର ସାଇନ୍ସ ଏବଂ ସୋସିଆଲ ଷ୍ଟଡିର ପରୀକ୍ଷା ଦେଇ ପାରି ନଥିଲେ ।

oneindia.com

ପରିବାର ଲୋକଙ୍କ ଅନୁଯାୟୀ, ଶ୍ରୀଧରଙ୍କୁ ୨ବର୍ଷ ହୋଇଥିବା ବେଳେ ସେ ଡୁସେନ ମସ୍କ୍ୟୁଲାର ଡାଏଷ୍ଟ୍ରୋଫି ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହି ରୋଗ ମାଂସପେଶୀର ବିକାଶକୁ ଅବରୋଧ କରିଥାଏ । ଯାହାଦ୍ୱାରା ଶରୀର ସଙ୍କୁଚିତ ହେବା ସହ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ । ଏହି ରୋଗ ଡିଷ୍ଟ୍ରୋଫିନର ଅଭାବ ଯୋଗୁଁ ହୋଇଥାଏ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର