ଦେଶରେ ଲୋକମାନଙ୍କ ଧର୍ମ ଏବଂ ସଂସ୍କୃତି ଅଲଗା ହେଲେ ମଧ୍ୟ ମୋଦୀଙ୍କ କଥା ଉଠିଲେ ସମସ୍ତେ ଏକ : ଅମିତ ଶାହା

ଧାନବାଦ : ୨୦୧୯ ଲୋକସଭା ନିର୍ବାଚନର ୫ଟି ପର୍ଯ୍ୟାୟ ସରିଥିବା ବେଳେ ବିଜେପି ପୁଣି ଥରେ କ୍ଷମତାକୁ ଆସିବ ବୋଲି ଦାବି କରିଛି । ତେବେ ଏ ଦାବିକୁ ବିରୋଧୀ ଦଳ ସମାଲୋଚନା କରୁଥିବା ବେଳେ ମୋଦୀଙ୍କ ସମୟ ସରି ଆସୁଥିବା କହିବା ଆରମ୍ଭ କରିଛନ୍ତି । ତେବେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଜୋରସୋରରେ ଆରମ୍ଭ ହୋଇ ଯାଇଥିବା ବେଳେ ଅମିତ ଶାହା ମୋଦୀଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।

HuffPost India

ବୁଧବାର ଏକ ଜନସଭାକୁ ସମ୍ବୋଧନ କରି ଅମିତ ଶାହା କହିଛନ୍ତି, ଦେଶର ଲୋକଙ୍କ ପସନ୍ଦ, ସଂସ୍କୃତି ଏବଂ ଧର୍ମ ଅଲଗା ହୋଇଥିଲେ ମଧ୍ୟ ମୋଦୀଙ୍କୁ ନେଇ ସମସ୍ତଙ୍କର ପସନ୍ଦ ଏକ । କଂଗ୍ରେସ ଯାହା ୫୫ବର୍ଷ ମଧ୍ୟରେ କରି ପାରି ନଥିଲା, ତାହା ୫ବର୍ଷରେ କରି ଦେଖାଇଛନ୍ତି ମୋଦୀ । ଗୋଟେ ପକ୍ଷରେ ମୋଦୀଜୀ ୨୦ବର୍ଷ ହେଲାଣି ଛୁଟି ନେଇ ନଥିବା ବେଳେ ଅନ୍ୟ ପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଛୁଟି କଟାଇବା ପାଇଁ ଅଜ୍ଞାତ ସ୍ଥାନକୁ ଚାଲି ଯାଉଛନ୍ତି, ଯାହା ବିଷୟରେ ତାଙ୍କ ମା’ଙ୍କୁ ମଧ୍ୟ ଜଣାଇ  ନଥାନ୍ତି ବୋଲି କହିଛନ୍ତି ଶାହା ।

ସମ୍ବନ୍ଧିତ ଖବର