ନବରାତ୍ରୀର ପ୍ରଥମ ଦିନରେ ଜେଜେମାଆ ଇନ୍ଦିରାଙ୍କୁ ମନେ ପକାଇଲେ ପ୍ରିୟଙ୍କା, ଏହି ଶ୍ଳୋକ ଗାଇ ବୁଝାଉଥିଲେ ଅର୍ଥ

ନୂଆଦିଲ୍ଳୀ: ନବରାତ୍ରୀର ପ୍ରଥମ ଦିନରେ ନିଜ ଜେଜେମାଆଙ୍କୁ ମନେ ପକାଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଆଜି ଏହି ପବିତ୍ର ଦିନରେ ଦେଶବାସୀଙ୍କୁ ଅଭିବାଦନ ନେବା ସହ ପ୍ରିୟଙ୍କା ଜେଜେମାଆ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ମନେ ପକାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଜେଜେମାଆ ତାଙ୍କୁ ସବୁବେଳେ ଏକ ଶ୍ଳୋକ ଶିଖାଉଥିଲେ। ଯାହାର ଅର୍ଥ ଥିଲା ‘ଦେବୀ ଦୁର୍ଗା ଏକ ଦିବ୍ୟ ଶକ୍ତିର ରୂପରେ ଶାନ୍ତି, ଧନ, ଏବଂ ଶକ୍ତିର ଅବତାର।’

Pinterest

ଟ୍ଵିଟର୍‌ରେ ଏକ ପୋଷ୍ଟ୍‍ କରି ପ୍ରିୟଙ୍କା ଲେଖିଛନ୍ତି, ‘ମୁଁ ଯେତେବେଳେ ୧୧ ବର୍ଷର ଥିଲି ମୋ ଜେଜେମାଆ ମୋତେ ଶିଖାଉଥିଲେ, ଯାଦେବୀ ସର୍ବଭୂତେଶୁ ଶକ୍ତି ରୂପେର ସଂସ୍ଥିତା ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ। ନବରାତ୍ରୀ ଉପଲକ୍ଷେ ଆପଣ ସମସ୍ତଙ୍କୁ ଶୁଭକାମନା।’

ଚଳିତବର୍ଷ ନବରାତ୍ରୀ ସେପ୍ଟେମ୍ବର ୨୯(ଆଜିଠାରୁ) ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ପଡ଼ିଛି। ବିଶ୍ୱାସ ରହିଛି ଯେ ନବରାତ୍ରୀରେ ମାଆ ଦୁର୍ଗା ନଅ ରୂପରେ ଉଦିୟମାନ ହୁଅନ୍ତି। ପ୍ରତ୍ୟେକ ଦିନ ତାଙ୍କୁ ଏକ ସ୍ୱତନ୍ତ୍ର ଶୈଳୀରେ ପୂଜା କରାଯାଏ।

ସମ୍ବନ୍ଧିତ ଖବର