ହୃଦ୍‌ଘାତ ହେବାର ମାସେ ପୂର୍ବରୁ ଶରୀରରେ ଦେଖା ଦେଉଥିବା ଛଅଟି ଲକ୍ଷଣ

ଆଜିକାଲି ହୃଦ୍‌ଘାତ ବିଶ୍ୱବ୍ୟାପୀ ସାଧାରଣ ଘଟନା ପାଲଟି ଗଲାଣି। ଏବେ ଏହାକ ବିଶ୍ୱରେ ମୃତ୍ୟୁର ପ୍ରଥମ କାରଣ ସାଜିଛି। ସାଧାରଣତଃ ଚାପ ଭରା ଜୀବନଯାପନ ପ୍ରଣାଳୀ ଏବଂ ଅସ୍ୱାସ୍ଥ୍ୟକାର ଖାଦ୍ୟ ଯୋଗୁଁ ହୃଦ୍‌ଘାତ ଉପୁଜୁଛି ବୋଲି କୁହାଯାଉଛି।

ମାନସିକ ଚାପ କମାଇ ସ୍ୱାସ୍ଥ୍ୟକର ଆହାର ଖାଇଲେ ହୃଦ୍‌ଘାତ ସୃଷ୍ଟିକାରୀ ମସସ୍ୟା ଅନେକ ଭବରେ କମାଇ ହେବ ବୋଲି ଗବେଷଣମାନେ କହୁଛନ୍ତି। ଏହା ଛଡ଼ା ହୃଦ୍‌ଘାତ ହେବାର ମାସକ ପୂର୍ବରୁ ଶରୀରେ ଏହାର ଲକ୍ଷଣ ଦେଖା ଯାଇଥାଏ।

ସେଗୁଡ଼ିକ ହେଲା:
ଶ୍ୱାସପ୍ରଶ୍ୱାସ ସମସ୍ୟା: ଫୁସ୍‌ଫୁସ୍‌ ଯଥେଷ୍ଟ ଅମ୍ଳଜାନ ନ ପାଇଲେ ହୃତ୍‌ପିଣ୍ଡ ଆବଶ୍ୟକ ମୁତାବକ ରକ୍ତ ପାଏ ନାହିଁ। ତେଣୁ ଶ୍ୱାସପ୍ରଶ୍ୱାସ ଜନିତ କୌସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଥଣ୍ଡାଶର୍ଦ୍ଦି ଲକ୍ଷଣ: ହୃଦ୍‌ଘାତ ହେବା ଆଗରୁ ଅନେକ ଲୋକ ଥଣ୍ଡା ଏବଂ ଶର୍ଦ୍ଦି ଜନିତ ସମସ୍ୟା ଅନୁଭବ କରନ୍ତି।

ଛାତିରେ ଚାପ: ଛାତିରେ ଚାପ ପଡ଼ିବା ହେଉଛି ହୃଦ୍‌ଘାତ ହେବାର ସ୍ପଷ୍ଟ ଲକ୍ଷଣ। ଏମିତି ହେଲେ ନିକଟ ଭବିଷ୍ୟତରେ ହୃଦ୍‌ଘାତ ହେବାକୁ ଯାଉଛି ବୋଲି ଜାଣନ୍ତୁ।

ଦୁର୍ବଳତା: ଧମନୀ ସବୁ କଷି ହୋଇଗଲେ ଠିକ୍‌ ଭାବରେ ରକ୍ତ ପ୍ରବାହ ହୋଇପାରେ ନାହିଁ। ଅର୍ଥାତ୍‌ ମାଂସପେଶୀ ସବୁ ଯାହା ଆବଶ୍ୟକ କରନ୍ତି ତାହା ନ ମିଳିବାରୁ ହୃଦ୍‌ଘାତ ହେବାର ଆଶଙ୍କା ଦେଖାଦିଏ। ତେଣୁ ଶରୀର ଦୁର୍ବଳ ଲାଗେ।


ମୁଣ୍ଡ ବୁଲାଇବା: ରକ୍ତ ସଞ୍ଚଳନ ଠିକ୍‌ ନ ହେଉଥିବାରୁ ମସ୍ତିଷ୍କକକୁ ଆବଶ୍ୟକ ମୁତାବକ ରକ୍ତ ଯାଇ ପାରେ ନାହିଁ। ତେଣୁ ଝାଳ ବୋହିବା ସହ ମୁଣ୍ଡ ବୁଲାଇ ଦେବା ଭଳି ଲାଗେ।

ଢୋଳ ଲାଗିବା: କିଛି ସମୟ ବିଶ୍ରାମ ନେବା କି, ଶୋଇବା ପରେ ଯଦି ଢୋଳ ଲାଗେ, ଏବଂ ଏ ଭଳି ସମସ୍ୟା ଦିନ ଦିନ ଧରି ଲାଗି ରହେ, ଜାଣନ୍ତୁ ହୃଦ୍‌ପିଣ୍ଡକୁ ରକ୍ତ ପ୍ରବାହ କମ୍‌ ହେଉଛି।

ତେଣୁ ଉପରୋକ୍ତ ଲକ୍ଷଣଗୁଡ଼ିକରୁ ହୃଦ୍‌ଘାତର ଆଭାସ ପାଇ ସମୁଚିତ କାର୍ଯ୍ୟପନ୍ଥା ଗ୍ରହଣ କଲେ ହୃଦ୍‌ଘାତକୁ ପ୍ରତିରୋଧ କରି ହେବ।

ସମ୍ବନ୍ଧିତ ଖବର