ରାଜ୍ୟ ଜଣେ ଗାନ୍ଧୀବାଦୀଙ୍କୁ ହରାଇଲା

ଭବାନୀ ବାବୁଙ୍କ ବିୟୋଗରେ ଓଡ଼ିଶା ଜଣେ ଗାନ୍ଧୀବାଦୀଙ୍କୁ ହରାଇଲା। ଏହା ରାଜ୍ୟ ପାଇଁ ଅପୂରଣୀୟ କ୍ଷତି। ସେ ରାଜନୀତି କରିବା ସହ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ଅନେକ ସାଂସ୍କୃତିକ, ସାମାଜିକ ଓ ସ୍ବେଚ୍ଛାସେବୀ ସଂଗଠନ ସହ ସେ ଜଡ଼ିତ ଥିଲେ। ସର୍ବମାନ୍ୟ ରାଜନେତା ଭାବେ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ।
ବିଶ୍ବଭୂଷଣ ହରିଚନ୍ଦନ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ତାଙ୍କ ପରି ଗାନ୍ଧୀବାଦୀ ଓଡ଼ିଶାରେ ମିଳିବେନି
ଭବାନୀ ଚରଣ ପଟ୍ଟନାୟକ ଥିଲେ ଗାନ୍ଧୀବାଦୀ, ସ୍ବା‌ଧୀନତା ସଂଗ୍ରାମୀ। ଓଡ଼ିଶାକୁ ସଂସଦକୁ ପ୍ରତିନିଧିତ୍ବ କରିଥିଲେ। ତାଙ୍କର ଉଭୟ ବିଜୁ ବାବୁ ଓ ଜାନକୀ ବାବୁଙ୍କ ସହ ସୁସମ୍ପର୍କ ଥିଲା। ତାଙ୍କ ପରେ ଓଡ଼ିଶାରେ ବୋଧେ ଗାନ୍ଧୀବାଦୀ ନେତା ଖୋଜି ବାହାର କରିବା କଷ୍ଟ। ଛାତ୍ର ଜୀବନରେ ମୋର ତାଙ୍କ ସହ ପରିଚୟ ହୋଇଥିଲା। ନିକଟରେ ଏକ ସଭାରେ ଆମେ ଦୁହେଁ ଅତିଥି ଭାବେ ଯୋଗ ଦେଇଥିଲୁ। ମୁଁ ଭାଷଣ ଦେଇସାରି‌ବା ପରେ ସେ ‌େମାତେ ଆଶୀର୍ବାଦ କରିଥିଲେ। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରୁଛି।
ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ତାଙ୍କ ଦେଶପ୍ରେମ ଆଗାମୀ ପିଢ଼ିକୁ ପ୍ରେରଣା ଦେବ
ଭାବନୀ ବାବୁଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି। ତାଙ୍କର ଦେଶପ୍ରେମ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।
ପ୍ରତାପ ଜେନା, ପଞ୍ଚାୟତିରାଜ ଓ ଆଇନ୍ ମନ୍ତ୍ରୀ

ରାଜ୍ୟ ଜଣେ ମୁରବୀଙ୍କୁ ହରାଇଲା
ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ଜଣେ ମୁରବୀଙ୍କୁ ହରାଇଲା। ଜୀବନର ଶେଷ ପର୍ଯ୍ୟନ୍ତ ସ୍ବର୍ଗତ ପଟ୍ଟନାୟକ ସାମାଜିକ ଜୀବନରେ ଚଳଚଞ୍ଚଳ ଥିଲେ। ରାଜ୍ୟର ସ୍ବାର୍ଥ ପାଇଁ ତଥା ଗାନ୍ଧୀବାଦର ପ୍ରଚାର ପାଇଁ ସେ ସବୁବେଳେ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ। ତାଙ୍କ ବ୍ୟକ୍ତିତ୍ବ ଓ ଆଦର୍ଶ ଯୁବପିଢ଼ି ପାଇଁ ଅନୁକରଣୀୟ।
ଅଶୋକ ଚନ୍ଦ୍ର ପଣ୍ଡା, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ

ଓଡ଼ିଆ ଜାତି ଚିରକାଳ ସ୍ମରଣ କରିବ
ରାଜ୍ୟ ଜଣେ ଗାନ୍ଧୀବାଦୀ ଓ ଅଗଷ୍ଟ କ୍ରାନ୍ତିର ମହାନ ନେତାଙ୍କୁ ହରାଇଲା। ଭାରତର ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଅନନ୍ୟ ଯୋଗଦାନକୁ ଓଡ଼ିଆ ଜାତି ଚିରକାଳ ସ୍ମରଣ କରିବ। ଜୀବନର ଶେଷ ପର୍ଯ୍ୟନ୍ତ ରାଜ୍ୟ ତଥା ଦେଶର ବିଭିନ୍ନ ସମାଜ ସଂସ୍କାର କାର୍ଯ୍ୟରେ ତାଙ୍କର ସକ୍ରିୟ ଯୋଗଦାନ ରହିଥିଲା।
ସଞ୍ଜୟ ଦାସବର୍ମା, ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଦେଶ ପାଇଁ ଅପୂରଣୀୟ କ୍ଷତି
ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ଏକ ଯୁଗରେ ଅବସାନ ଘଟିଲା। ଓଡ଼ିଶାରେ ବିଶେଷ ଭାବେ ଯୁବପିଢ଼ିଙ୍କ ମଧ୍ୟରେ ଗାନ୍ଧୀ ବିଚାରକୁ ପ୍ରଚାର କରିବ‌ାରେ ସେ ମୁଖ୍ୟ ଭୂମିକା ନେଇଥିଲେ। ଆଜି ଯେତେବେଳେ ଦେଶରେ ଗାନ୍ଧୀବାଦର ଅଧିକ ଆବଶ୍ୟକତା ରହିଛି, ସେତେବେଳେ ତାଙ୍କର ବିୟୋଗ ଦେଶ ପାଇଁ ଅପୂରଣୀୟ କ୍ଷତି।
ରାମକୃଷ୍ଣ ପଣ୍ଡା, ସିପିଆଇ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ

ବିଭିନ୍ନ ମହଲରେ ଶୋକ
ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ଅମର ଶତପଥୀ, ଭୂପିନ୍ଦର ସିଂହ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଖଦି ବୋର୍ଡର ସଭାପତି ସଂଗ୍ରାମ ପାଇକରାୟ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଜୟ ନାୟକ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ଫରୱାର୍ଡ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ର, ନାଗରିକ ମହାମଞ୍ଚ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ‘ଜାତୀୟ ଚେତନା’ ସମ୍ପାଦକ ତପନ ଭଞ୍ଜ, ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା, କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ଗାୟତ୍ରୀ ଜ୍ଞାନେଶ୍ବରୀ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମି ଅଧ୍ୟକ୍ଷ ସୀତାବଲ୍ଲଭ ମହାପାତ୍ର, କଂଗ୍ରେସ ନେତା ରସିକ ଚାନ୍ଦ ପଟ୍ଟନାୟକ ଓ ମହାବୋଧି ସୋସାଇଟି ଟ୍ରଷ୍ଟି ସୌରେନ୍ଦ୍ର ମହାପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର