ନକଲି କେଶକୁ ଦେଖି ସାପ ଭାବି ପିଲାଟି ପରି ଚିଲାଇ ଉଠିଲେ ମହିଳା, ହୁଏତ ଆପଣ ବି ସେପରି କରିଥାନ୍ତେ

ନୂଆଦିଲ୍ଳୀ: ଯଦି ଆପଣ ଆପଣଙ୍କ ସାମ୍ନାରେ ଏକ ସାପ ପଡ଼ିଥିବାର ଦେଖନ୍ତି ତେବେ କିପରି ପ୍ରତିକ୍ରିୟା ଦେବେ? ଭୟଭୀତ ହୋଇଯିବେ ନିଶ୍ଚୟ। ଫତିମା ଦାଉଦ ନାମକ ମହିଳା ମଧ୍ୟ ସେପରି ଭୟଭୀତ ହୋଇ ଚିତ୍କାର କରି ଉଠିଲେ। ମାତ୍ର ବାସ୍ତବରେ ସେ ସାପକୁ ନ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ଫତିମା ତାଙ୍କ ସାମ୍ନାରେ ଜଣେ ମହିଳାଙ୍କ ଟିଆସିଲ୍‌(ନକଲି କେଶ) ପଡ଼ିଥିବାର ଦେଖି ସାପ ଭାବି ଚିତ୍କାର କରି ଉଠିଥିଲେ।

ମହିଳା ଜଣକ ଅଚାନକ ତାହାକୁ ସାପ ବୋଲି ଭାବି ଏକ ପିଲାଟି ପରି ଚିଲାଇ ଉଠିଥିଲେ। ମହିଳା ଜଣକ ଦେଖିଥିବା ନକଲି କେଶର ଫଟୋକୁ ଫେସ୍‌ବୁକ୍‌ରେ ସେୟାର କରି ଫେସବୁକରେ ଜଣେ ବୟସ୍କା ମହିଳାଙ୍କୁ କ୍ଷମା ମାଗିଛନ୍ତି। ସେ ଚିଲାଇ ଉଠିବାରୁ ପାର୍କିଂରେ ଥିବା ବୟସ୍କ ମହିଳା ଜଣକ ଚମକି ପଡ଼ିଥିଲେ।

ମହିଳାଙ୍କର ଏହି ପୋଷ୍ଟ୍‍ଟି ଏବେ ଫେସ୍‌ବୁକ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ପୋଷ୍ଟ୍‍ଟିକୁ ଅନେକ ଲୋକ ସେୟାର କରିଥିବା ବେଳେ ଅନେକ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି। କେହି କେହି ପୋଷ୍ଟ୍‍ଟିକୁ ଦେଖି ହସି ହସି ବେଦମ ହୋଇଥିବା ବେଳେ ଆଉ କେହି ମହିଳାଙ୍କ ଦୃଷ୍ଟିଶକ୍ତିକୁ ନେଇ ମଜାକିଆ କମେଣ୍ଟ ଦେଇଛନ୍ତି।

ସମ୍ବନ୍ଧିତ ଖବର