ମଝି ଆକାଶରେ ବନ୍ଦ ହୋଇଗଲା ବିମାନର ଇଞ୍ଜିନ, ନିଆଁ ଲାଗିବା ପରେ ନେଟଓ୍ଵାର୍କ ନଥାଇ ମଧ୍ୟ ପରିଜନମାନଙ୍କୁ ମେସେଜ କରି ଚାଲିଲେ ଯାତ୍ରୀ, ତା’ ପରେ….

ନୂଆଦିଲ୍ଲୀ : ଆମେରିକାରେ ୧୪୮ଜଣ ଯାତ୍ରୀଙ୍କ ନିଶ୍ୱାସ ସେତେବେଳେ ବନ୍ଦ ହୋଇ ଯାଇଥିଲା, ଯେତେବେଳେ ବିମାନର ଇଞ୍ଜିନରେ ସମସ୍ୟା ଥିବା ନେଇ ପାଇଲଟ ଯାତ୍ରୀମାନଙ୍କୁ ଜଣାଇଥିଲେ । ମଝି ଆକାଶରେ ହଠାତ ଇଞ୍ଜିନ କାମ ନ କରିବା ଖବର ସମସ୍ତଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଇଥିଲା । ବିମାନର ଝରକା ପଟେ ଇଞ୍ଜିନରେ ନିଆଁ ଲାଗିଥିବା ସଫା ଦେଖି ପାରୁଥିଲେ ଯାତ୍ରୀ । ଧିରେ ଧିରେ ନିଆଁ ବଢ଼ିବା ସହ ବିମାନ ମଧ୍ୟରେ ଧୂଆଁ ଭର୍ତ୍ତି ହୋଇ ଯାଇଥିଲା । ଏସି କାମ ନ କରିବା ସହ ବିମାନ ଭିତରର ତାପମାତ୍ରା ବଢ଼ିବାରେ ଲାଗିଥିଲା । ସମସ୍ତେ ଡ଼ରରେ ଭଗବାନଙ୍କୁ ପ୍ରାର୍ଥନା କରିବା ସହ ନିଜ ନିଜର ପରିଜନମାନଙ୍କୁ ମେସେଜ ପଠାଇବା ଆରମ୍ଭ କରି ଦେଇଥିଲେ ।

aajtak.intoday.in

ନେଟଓ୍ଵାର୍କ ନଥାଇ ମଧ୍ୟ ସେମାନେ ଏଭଳି ପ୍ରୟାସ କରୁଥିବା ବେଳେ ହଠାତ ଜୋରରେ ଶବ୍ଦ କରି ବିମାନଟି ହଲିବାକୁ ଲାଗିଥିଲା । ଏ ସମୟରେ ଯାତ୍ରାମାନେ ମୃତ୍ୟୁକୁ ପାଖରେ ଦେଖିଥିଲେ । ଏ ମଧ୍ୟରେ ବିମାନର ପାଇଲଟ ପାଖ ବିମାନବନ୍ଦରକୁ ସଂପର୍କ କରିବା ସହ ନିଜର ଉପସ୍ଥିତ ବୁଦ୍ଧି ବଳରେ ବିମାନକୁ ଅବତରଣ କରାଇବାରେ ସଫଳ ହୋଇଥିଲେ । ଯାହାଦ୍ୱାରା ୧୪୮ଜଣ ଯାତ୍ରୀଙ୍କ ଜୀବନ ବଞ୍ଚି ପାରିଥିଲା ।

ସମ୍ବନ୍ଧିତ ଖବର