ଦେଶର ପ୍ରଥମ ମହିଳା କମ୍ବାଟ ଅଫିସର ହେଲେ ବିହାରର ପ୍ରକୃତି

ବିହାର ସମସ୍ତିପୁର ଜିଲ୍ଲାର ୨୫ ବର୍ଷିୟ ପ୍ରକୃତି ଇଣ୍ଡୋ-ତିବ୍ଦତାନ ବର୍ଡର ପୁଲିସ(ଆଇଟିବିପି)ରେ ପ୍ରଥମ ମହିଳା କମ୍ବାଟ୍‌ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ୨୦୧୬ କେନ୍ଦ୍ରୀୟ ସୀମା ସୁରକ୍ଷା ବଳ(ସିଏପିଏଫ)ରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ଆଇଟିବିପିିରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ମହିଳାଙ୍କୁ କନଷ୍ଟେବଲ୍‌ ସ୍ତରରେ ଭର୍ତ୍ତି କରାଯାଉଥିଲା। ତେବେ ପ୍ରକୃତିଙ୍କୁ ଆସନ୍ତା ବର୍ଷ ସୀମାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି।

Kolkata24x7

ସବୁବେଳେ ଦେଶ ପାଇଁ କିଛି କରିବାର ଇଛା ରହିଥିଲା । ମୋ ପିତା ଜଣେ ଭାରତୀୟ ବାୟୁ ସେନା ଅଧିକାରୀ । ମୁଁ ପିଲାଟିବେଳୁ ତାଙ୍କୁ ଦେଖି ଅନୁପ୍ରେରିତ ହୋଇଛି । ଏଣୁ ମୁଁ ଆଇଟିବିପିକୁ ମୋର ପ୍ରଥମ ପସନ୍ଦ ଭାବେ ଚୟନ କଲି ବୋଲି କହିଛନ୍ତି ପ୍ରକୃିତି ।
ଆଶ୍ଚର୍ଯ୍ୟର କଥା ଏହାକି ମହିଳା ଅଫିସର ଭାବେ ନିଯୁକ୍ତ ହୋଇଥିବା ପ୍ରକୃତିଙ୍କର କୌଣସି ସାଙ୍ଗିଆ ନାହିଁ । କାରଣ ତାଙ୍କ ମାତାପିତାଙ୍କ ଅନୁଯାୟୀ ଉପନାମ ଦ୍ୱାରା ଭାରତୀୟ ସମାଜରେ ଜାତିପ୍ରଥା ସୃଷ୍ଟି ହୋଇଥାଏ । ପ୍ରକୃତି ଇଲେଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ ପାଠ ପଢ଼ିବା ସହ ପ୍ରଥମ ଥରରେ ହିଁ ସିଏପିଏଫ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

NBC News

ପ୍ରକୃତି କହନ୍ତି, ‘ମୁଁ ୨୦୧୬ ମାର୍ଚ୍ଚ ମାସରେ ଏକ ଖବରକାଗଜରେ ପଢ଼ିଲି ଯେ ପ୍ରଥମ ଥର ପାଇଁ ସରକାର ମହିଳାମାନଙ୍କୁ ଆଇଟିବିପିରେ କମ୍ବାଟ ଅଫିସର ପାଇଁ ନିଯୁକ୍ତି ପ୍ରଦାନ କରୁଛନ୍ତି । ଏହାପରେ ମୁଁ ଆଉ କିଛି ନଭାବି ଏଥିପାଇଁ ଆବେଦନ କରିଥିଲି ଏବଂ ଏଥିରେ ମୋର ଚୟନ ମଧ୍ୟ ହୋଇଗଲା । ଆରମ୍ଭରୁ ହିଁ ପିତାମାତା ମତେ ସମସ୍ତ କ୍ଷେତ୍ରରେ ସାହାଯ୍ୟ କରିଆସିଛନ୍ତି। ମୁଁ ଦେଶର ଅନ୍ୟ ପିତାମାତାମାନଙ୍କୁ ସେମାନଙ୍କ ପିଲାଙ୍କୁ ଏ ଦିଗରେ ପଠାଇବା ଲାଗି ପ୍ରୋତ୍ସାହନ କରନ୍ତୁ।

BETTERINDIA

ପ୍ରକୃତି ବର୍ତ୍ତମାନ ଡ଼େରାଡ଼ୁନରେ ଟ୍ରେନିଂରେ ଅଛନ୍ତି । ଆସନ୍ତା ବର୍ଷ ଏହା ଶେଷ ହେବା ପରେ ସେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଆଇଟିବିପିରେ ଯୋଗଦାନ କରିବେ ।୧୯୬୨ ମସିହାରେ ଭାରତ-ଚାଇନା ଯୁଦ୍ଧ ପରେ ଆଇଟିବିପିର କଳେବର ବଢ଼ାଯାଇଥିଲା। ବର୍ତ୍ତମାନ ଏହାର ସମୁଦାୟ କର୍ମଚାରୀ ସଂଖ୍ୟା ରହିଛି ୮୩୦୦୦, ଯେଉଁଥିରେ ୧୫୦୦ କେବଳ ମହିଳା ରହିଛନ୍ତି । ଆଗରୁ ମହିଳାମାନଙ୍କୁ କ୍ଷେତ୍ରକୁ ଲଢ଼ିବା ଲାଗି ଛଡ଼ା ଯାଉ ନଥିଲା, ଏବେ କିନ୍ତୁ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ସହ ଲଢ଼ିବା ଲାଗି ପଠାଯାଉଛି।

ସମ୍ବନ୍ଧିତ ଖବର