ବିରାଟଙ୍କ ପରେ ରାହୁଲ ଗାନ୍ଧି ଦେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ଫିଟେନେସ୍‌ ଚ୍ୟାଲେଞ୍ଜ ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ଵିଟ୍‌ ଯୋଗ ଚ୍ୟାଲେଞ୍ଜ ଦେଇଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫିଟ୍‌ନେସ୍‌ ଚ୍ୟାଲେଞ୍ଜକୁ ସ୍ୱୀକାର କରି ତାହାକୁ ଫଳପ୍ରଦ କରିବା କରିବା ପରେ ରାହୁଲ ମୋଦିଙ୍କୁ ବଢ଼ୁଥିବା ପେଟ୍ରୋଲ ଏବଂ ଡ଼ିଜେଲ ଦାମକୁ କମ୍‌ କରି ଦେଖାଇବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ।
ରାହୁଲ୍‌ ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି, “ପ୍ରିୟ ପ୍ରଧାନମନ୍ତ୍ରୀ , ଆପଣ ବିରାଟ କୋହଲିଙ୍କ ଫିିଟ୍‌ନେସ୍‌ ଚାଲେଞ୍ଜ ସ୍ୱୀକାର କରିଥିବା ଶୁଣି ବହୁତ ଖୁସି ଲାଗିଲା । ଏବେ ଆଉ ଏକ ଚ୍ୟାଲେଞ୍ଜ ମୋ ତରଫରୁ ଗ୍ରହଣ କରନ୍ତୁ। ବଢ଼ୁଥିବା ତୈଳ ଦରକୁ କମ୍‌ କରନ୍ତୁ ଅଥବା କଂଗ୍ରେସ ତରଫରୁ ଦେଶ ବ୍ୟାପି ଆନ୍ଦୋଳନ କରାଯିବ । ମୁଁ ଆପଣଙ୍କ ଉତ୍ତରର ଅପେକ୍ଷାରେ ରହିିଲି।”

ପ୍ରକୃତରେ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠେରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା “ଆମେ ଫିଟ୍‌ ତ ଭାରତ ଫିଟ୍‌” ଚ୍ୟାଲେଞ୍ଜରେ ବିରାଟ କୋହଲି ଟ୍ଵିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , କ୍ରିକେଟର ମହେନ୍ଦ୍ର ସିଂ ଧୋନି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଟ୍ୟାଗ୍‌ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରିବା ସହ ଯୋଗ କରୁଥିବାର ଏକ ଭିଡ଼ିଓ ଅପଲୋଡ଼ କରିଥିଲେ, ଯାହା ବହୁ ଭାବରେ ଭାଇରାଲ ହୋଇଥିଲା।

ସମ୍ବନ୍ଧିତ ଖବର