ସମୁଦ୍ର ଭିତରେ ସନ୍ତାନ ଜନ୍ମ କଲେ ମହିଳା, ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

କାହିରା: ଦୁନିଆରେ ସନ୍ତାନ ଜନ୍ମ ହେବାର ବିଭିନ୍ନ ପ୍ରକାର ଖବର ଶୁଣିବାକୁ ମିଳିଥାଏ। କେହି ମହିଳା ହସ୍‌ପିଟାଲ ଚଟାଣରେ ସନ୍ତାନ ଜନ୍ମ କରିଛନ୍ତି ତ ଆଉ କେହି ଟ୍ରେନ୍‌ କିମ୍ବା ସଡ଼କରେ ଏମିତି ଖବର ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ହସ୍‌ପିଟାଲ ଆସୁଥିବା ସମୟରେ ଜଣେ ମହିଳା କ୍ୟାବ୍‌ରେ ସନ୍ତାନ ଜନ୍ମ କରିଥିବାର ଖବର ଶୁଣିବାକୁ ମିଳିଥିଲା। ତେବେ ନିକଟରେ ଜଣେ ମହିଳାଙ୍କ ଏଭଳି ଏକ ସ୍ଥାନରେ ସନ୍ତାନ ଜନ୍ମ କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମହିଳା ସମୁଦ୍ର ଭିତରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି।

ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି ଫଟୋରେ ଦେଖିବାକୁ ମିଳୁଛି ଜଣେ ମହିଳା ସମୁଦ୍ର ଭିତରେ ସନ୍ତାନକୁ ଜନ୍ମ ଦେଇଛନ୍ତିି। ହାଦିୟା ହୋସ୍ନି ଇ ସେଦ୍‌ ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଘଟଣାର ଦୃଶ୍ୟଥିବା ଫଟୋକୁ ସେୟାର କରି ଲେଖିଛନ୍ତି, ଫଟୋରେ ମହିଳାଙ୍କ ସହିତ ନଜର ଆସୁଥିବା ଜଣେ ବୃଦ୍ଧ ମହିଳାଙ୍କୁ ପ୍ରସବ ସମୟରେ ସାହାଯ୍ୟ କରିଥିଲେ । ହାଦିୟା ଏହି ଫଟୋ ନିଜ ଦାଦାଙ୍କ ଘର ବାଲକୋନିରୁ ଉଠାଇଥିଲେ ବୋଲି ଲେଖିଛନ୍ତି। କେବଳ ଏତିକି ନୁହେଁ ଫଟୋରେ ଥିବା ଅନ୍ୟ ଜଣେ ବ୍ୟକ୍ତି ବୋଧ ହୁଏ ମହିଳା ସ୍ୱାମୀ ଥିବା କହିଛନ୍ତି ହାଦିୟା।

ଏହି ଫଟୋକୁ ଏଯାବତ୍‌ ୨୭୦୦ଅଧିକ ଲୋକ ସେୟାର କରିବା ସହିତ ୪ଲକ୍ଷ ଲାଇକ୍‌ ମିଳିସାରିଛି। ତେବେ ଏହି ଘଟଣାକୁ ନେଇ ପ୍ରକାଶିତ ରିପୋର୍ଟ ମୁତାବକ, ଆଜିକାଲି ମହିଳା ପାଣିରେ ପ୍ରସବ କଲେ ସେମାନଙ୍କୁ ପ୍ରସବ ଯନ୍ତ୍ରଣା କମ୍‌ ହେବା ସହିତ ସହଜରେ ଶିଶୁ ବାହାରକୁ ଆସିଯାଇଥାଏ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ପାଣି ଭିତରେ ଜନ୍ମ ନେଇଥିବା ଶିଶୁ କମ୍‌ କାନ୍ଦି ଥାଆନ୍ତି ବୋଲି ବି ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର