ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଲଙ୍ଗ୍‌-ନୋଜ୍‌ଡ ଜୋତା ବାହାର କଲେ ରୋମାନିୟାନ ମୋଚି

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ସାମାଜିକ ଦୂରତାକୁ ପ୍ରୋତ୍ସାହନା ଦେଇ ରୋମାନର ଜଣେ ମୋଚି ବିଶ୍ବର ସବୁଠାରୁ ଲମ୍ବା ଜୋତା ତିଆରି କରିଥିବା ଦେଖିବାକୁ ମିଳିଛି। ଲୋକମାନେ ସାମିଜିକ ଦୂରତ୍ବ ନିୟମକୁ ଠିକ୍‌ ଭାବେ ମାନୁନାହାନ୍ତି ବୋଲି ଅନୁଭବ କରି ରୋମାନିୟାନ ମୋଚି ଗ୍ରିମୋର୍‌ ଲୁପ୍‌ ଏପରି ଜୋତା ତିଆରି କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ଜୋତା ପିନ୍ଧିବା ଦ୍ବାରା ଆପେ ଆପେ ସାମାଜିକ ଦୂରତ୍ବ ବଜାୟ ରହିବ।

ଏହି ଜୋତାକୁ କୁହାଯାଉଛି ଲଙ୍ଗ୍‌-ନୋଜ୍‌ଡ ସୁ। ୟୁରୋପୀୟ ହିସାବରେ ଜୋତାର ସାଇଜ୍‌ ୭୫। ଦୀର୍ଘ ୩୯ ବର୍ଷ ଧରି ଜୋତା ତିଆରି କରି ଆସୁଥିବା ଲୁପ୍‌ କହନ୍ତି, ‘ଆପଣ ଦେଖୁଥିବେ ଯେ ଲୋକେ ସାମାଜିକ ଦୂରତ୍ବ ନିୟମ ପାଳନ କରୁନାହାନ୍ତି। ମୁଁ କିଛି ସାମଗ୍ରୀ କିଣିବାକୁ ବଜାରକୁ ଯାଇଥିଲି। ଦେଖିଲି ଲୋକମାନେ ସାମାଜିକ ଦୂରତ୍ବ ନିୟମ ନମାନି ପାଖକୁ ପାଖକୁ ମାଡ଼ି ଆସୁଛନ୍ତି। ସେଇଠୁ ମୋ ମୁଣ୍ଡରେ ଏପରି ଜୋତା ତିଆରି କରିବାର ଭାବନା ଆସିଲା। ଯଦି ଲୋକେ ଏହି ଜୋତା ପିନ୍ଧିବା ଆରମ୍ଭ କରନ୍ତି ତେବେ ଅତି କମ୍‌ରେ ଅଧା ମିଟର୍‌ ସାମାଜିକ ଦୂରତ୍ବ ରହିବ ପରସ୍ପର ମଧ୍ୟରେ।’


India Today

ସେ ଏବେ ସୁଦ୍ଧା ସୋସିଆଲ୍‌ ମିଡିଆ ଜରିଆରୁ ୫ଟି ଜୋତା ପାଇଁ ବରାଦ ପାଇ ସାରିଲେଣି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଲୁପ୍‌ ୧୬ ବର୍ଷ ବୟସରୁ ଜୋତା ତିଆରି କରିବା ଆରମ୍ଭ କରିଥିଲେ। ଏବେ ତାଙ୍କୁ ୯୩ ବର୍ଷ ହୋଇ ସାରିଥିଲେ ବି ସେ ତାଙ୍କ ବୃତ୍ତି ଛାଡ଼ିନାହାନ୍ତି।

ସମ୍ବନ୍ଧିତ ଖବର