କରୋନା ପ୍ରଭାବ: ପ୍ରତିଦିନ ୨ଟି ରୁଟି ଅଧିକ କରନ୍ତୁ

ଭୁବନେଶ୍ୱର : ମହାମାରୀ ‘କରୋନା’ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ୫ଟି ଜିଲ୍ଲାର ୮ଟି ପ୍ରମୁଖ ସହର ଲକ୍‌-ଡାଉନ୍‌ ଘୋଷଣା କରିଥିବାରୁ ଏହି ସବୁ ଜିଲ୍ଲାରେ ଥିବା ସମସ୍ତ ରେସ୍ତୋରାଁ, ଢାବା, ଫୁଡ୍‌କୋର୍ଟ ଆଦି ବନ୍ଦ ହୋଇଯାଇଛି। ଏଭଳି ସ୍ଥିତି ଯୋଗୁଁ ବୁଲା କୁକୁର ଓ ଗାଈମାନଙ୍କ ପାଇଁ ଖାଦ୍ୟାଭାବ ସୃଷ୍ଟି ହୋଇଛି। ଆଗକୁ ମଧ୍ୟ ଏହି କଟକଣାର ପରିସର ଓ ଅବଧି ବଢ଼ିବାର ସମ୍ଭାବନା ଥିବାରୁ ଖାଦ୍ୟାଭାବରୁ ଏହି ବୁଲା ପ୍ରାଣୀମାନେ ମୃତ୍ୟୁମୁଖ‌ରେ ପଡ଼ି ପାରନ୍ତି। ତେଣୁ ପ୍ରତ୍ୟେ‌କେ ନିଜ ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଅଧିକ ୨ଟି ରୁଟି ପ୍ରସ୍ତୁତ କରିବାକୁ ପଶୁପ୍ରେମୀମାନେ ଅନୁରୋଧ କରିଛନ୍ତି। ଏହି ଅତିରିକ୍ତ ଖାଦ୍ୟକୁ ଆପଣ ନିଜେ କିମ୍ବା ଆପାର୍ଟମେଣ୍ଟ ଷ୍ଟାଫ, ସୋସାଇଟି ଜରିଆରେ ବୁଲା ପ୍ରାଣୀମାନଙ୍କୁ ଦେଇପାରିବେ। ଏହି ବାର୍ତ୍ତାକୁ ଅଧିକରୁ ଅଧିକ ପ୍ରସାରଣ କରିବା ପାଇଁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର