ଏଟିଏମ୍‌ କାର୍ଡ ଚୋରି ହେଲେ କିମ୍ବା ହଜିଗଲେ ଟଙ୍କା ଚୋରିର ଭୟ ଆଉ ରହିବ ନାହିଁ, ଏଣିକି ନିଜ ନିୟନ୍ତ୍ରଣରେ ରହିବ ଏଟିଏମ୍‌ କାର୍ଡ !

ଏଣିକି ଏଟିଏମ୍‌ କାର୍ଡ ଚୋରି ହେଲେ କିମ୍ବା ହଜିଗଲେ ଟଙ୍କା ଚୋରିର ଭୟ ରହିବ ନାହିଁ। ଏଥିପାଇଁ ଏସ୍‌ବିଆଇ ଏପରି ସ୍ୱତନ୍ତ୍ର ଏଟିଏମ ନେଇ କି ଆସିଛି, ଯାହା ଆପଣଙ୍କ ଦ୍ୱାରା ହିଁ ନିୟନ୍ତ୍ରିତ ହେବ। ବ୍ୟାଙ୍କ ନିଜ ଆକାଉଣ୍ଟ ହୋଲଡ଼ରଙ୍କୁ ଏହି ଏଟିଏମ ପ୍ରଦାନ କରୁଛି। ଏସବିଆଇ ଏହି ସୁବିଧା ଏସବିଆଇ କ୍ୱିକ୍‌ ଆପ୍‌ ଜରିଆରେ ଉପଲବ୍ଧ କରାଇବ। ଏସବିଆଇ କ୍ୱିକ ଆପରେ ଏଟିଏମ୍‌ କାର୍ଡ଼ ପାଇଁ ଭିନ୍ନ ଭିନ୍ନ ସୁବିଧା ରହିଛି। ଏହି ଆପ୍‌ ଆପଣଙ୍କୁ ନିଜର ଏଟିଏମକୁ ବ୍ଲକ କରିବା ପାଇଁ କିମ୍ବା ଅନ୍‌ କିମ୍ବା ଅଫ୍‌ କରିବା ପାଇଁ ସୁଯୋଗ ଦେଉଛି। ଏହା ବ୍ୟତୀତ ଏଟିଏମ ପିନ୍‌ ଜେନେରଟ୍‌ କରିବା ପାଇଁ ମଧ୍ୟ ଏହି ଆପ୍‌ ସୁବିଧା ଉପଲବ୍ଧ କରାଉଛି।

ଏହାର ଅର୍ଥ ଆପଣ ନିଜ ଏଟିଏମ୍‌ କାର୍ଡ଼ର ସୁରକ୍ଷା କେବଳ ନିଜର ସ୍ମାର୍ଟଫୋନ ମାଧ୍ୟମରେ କରିପାରିବେ। ତେବେ ଏହି ଆପକୁ ସେତେବେଳେ ବ୍ୟବହାର କରିବାକୁ ହେଲେ, ନିଜ ମୋବଇଲ ନମ୍ବରରେ ଏହି ଆପ୍‌ ଡାଉନଲୋଡ଼୍‌ କରିପାରିବେ। ତେବେ ଏଥିପାଇଁ ଉକ୍ତ ନମ୍ବର ବ୍ୟାଙ୍କରେ ରେଜିଷ୍ଟର ହେବା ଦରକାର। ସର୍ବପ୍ରଥମେ ଏହି ଆପକୁ ଆରମ୍ଭ କରିବା ପାଇଁ ଆପଣଙ୍କୁ ରେଜିଷ୍ଟ୍ରେସନ କରାଇବା ପାଇଁ ପଡ଼ିବ। ଏଥିପାଇଁ ଆପଣଙ୍କୁ ଆପର ରେଜିଷ୍ଟ୍ରେସନ ପେଜକୁ ଯାଇ ଆପଣ ଯେଉଁ ନମ୍ବରରେ ଆପ୍‌ ଡାଇନଲୋଡ଼୍‌ କରିଛନ୍ତି, ତାକୁ ଏଣ୍ଟର କରନ୍ତୁ। ଏହାପରେ ଆପଣଙ୍କ ରେଜିଷ୍ଟ୍ରେସନ ହୋଇଯିବ।

ଯଦି ଆପଣଙ୍କୁ ଏଟିଏମ କାର୍ଡ଼ ହଜି ଯାଇଚି ଆଉ ଆପଣ ତାକୁ ବ୍ଲକ କରିବା ପାଇଁ ଚାହାନ୍ତି, ଆପଣ ଏହି ଆପ୍‌ ଜରିଆରେ ଡେବିଟ୍‌ କାର୍ଡ଼ର ଫିଚର ଯାଇ କାର୍ଡ଼ ବ୍ଲକିଂ ଚୟନ କରିପାରିବେ। ଆଉ ତାହା ପରେ ନିଜ କାର୍ଡ଼ର ଶେଷ ୪ଟି ସଂଖ୍ୟା ଏଣ୍ଟର କରି କଣ୍ଟିନ୍ୟୁ ଉପରେ ସିଲେକ୍ଟ କରିବା ପାଇଁ ପଡ଼ିବ। ଆଉ ଏହି ସେବା ପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଯଦି ଆପଣ ଏସଏମଏସ୍‌ ଜରିଆରେ ଏପରି କରିବା ପାଇଁ ଚାହାନ୍ତି, ତେବେ ଆପଣଙ୍କୁ BLOCK >> space >> ଆଉ ତା’ପରେ ଓ ଡେବିଟ୍‌ କାର୍ଡ଼ର ଶେଷ ୪ ଟି ସଂଖ୍ୟା ଲେଖି ୫୬୭୬୭୬ରେ ଏସଏମଏସ କରିବା ପାଇଁ ପଡ଼ିବ।

ଏଟିଏମକୁ କିପରି କରିବେ ସ୍ୱିଚ୍‌ ଅଫ୍‌ ଓ ସ୍ୱିଚ୍‌ ଅନ୍‌ : ଆପ୍‌ ଜରିଆରେ ଆପଣ ଏଟିିଏମ କାର୍ଡ଼କୁ କୌଣସି ବି ମେସିନ, ପିଓଏସ୍‌ ମେସିନରେ ଅନ୍‌ କିମ୍ବା ଅଫ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଏଟିଏମ୍‌ କମ୍‌ ଡେବିଟ୍‌ କାର୍ଡ଼ ଫିଚରକୁ ଯାଇ ନିଜ କାର୍ଡ଼ର ଶେଷ ୪ ଟି ସଂଖ୍ୟା ଦେଇ ଏଟିଏମ୍‌ କାର୍ଡ଼ ସ୍ୱିଚ୍‌ ଅନ୍‌/ଅଫ ଉପରେ କ୍ଲିକ କରିପାରିବେ। ଆଉ ତା’ପରେ ଅପ୍ସନ ଚୟନ କରି ସ୍ୱିଚ ଅନ୍‌ ଓ ଅଫ୍‌ କରିପାରିବେ।

ମେସେଜ ସାହାଯ୍ୟରେ ମଧ୍ୟ ହୋଇପାରିବ ଏଟିଏମ୍‌ ଅନ୍‌ ଅଫ୍‌ : ଯଦି ଆପଣ ମେସେଜରେ ଅନ୍‌ ଅଫ୍‌ କରିବା ପାଇଁ ଚାହାନ୍ତି, ତେବେ ଆପଣଙ୍କୁ ୦୯୨୨୩୫୮୮୮୮୮ରେ ମେସେଜ ପଠାଇବା ପାଇଁ ପଡ଼ିବ।

ସମ୍ବନ୍ଧିତ ଖବର