ଏହି ସ୍କୁଲରେ ଶିକ୍ଷକମାନଙ୍କୁ ପ୍ରେମ କରିବା ପାଇଁ ମିଳେ ଛୁଟି, ଏଠାରେ ପାଠ ପଢ଼ାଇଲେ ମିଳେ ଅନେକ ଫାଇଦା

ବେଜିଂ:  ଆଜିର ଦୁନିଆରେ ଅଧିକାଂଶ ବ୍ୟସ୍ତତା ଭିତର ଜୀବନ ବିତାଉଛନ୍ତି।  ନିଜର ବ୍ୟକ୍ତିଗତ କାର୍ଯ୍ୟ ପାଇଁ କାହା ପାଖରେ ସମୟ ନାହିଁ । କିଏ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛିନ୍ତି ତ କିଏ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଏଠାରେ ମଣିଷ ଜୀବନକୁ ଖୁସୀ ସହକାରେ ଜିଇଁବା ପାଇଁ ନିଜେ ଚେଷ୍ଟା କରିବା ଦରକାର କିମ୍ବା ତାଙ୍କ ଜୀବନରେ ଏପରି କୌଣସି ବ୍ୟକ୍ତି ଥିବା ଦରକାର ଯିଏ ତାଙ୍କ ପାଇଁ ଚିନ୍ତା କରୁଥିବ । କିନ୍ତୁ  ଏହା ଭାବିବା ମୁର୍ଖାମୀ ଯେ ଅନ୍ୟ କିଏ ଆପଣଙ୍କ ପାଇଁ ଚିନ୍ତା କରିବ । ଚୀନ୍‌ରେ ଏପରି ଏକ ସ୍କୁଲ ଅଛି, ଯେଉଁଠାରେ ଲୋକଙ୍କ ପାଇଁ ଏପରି ପଦକ୍ଷେପ ନିଆଯାଇଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ।

ବ୍ୟସ୍ତ ବହୁଳ ଜୀବନରେ ମଣିଷ ପ୍ରେମ ପାଇଁ ସମୟ ପାଉ ନାହିଁ। ଫଳରେ ଜୀବନରେ ସେ ଏକା ରହିଯାଏ । ଏହି ଏକା ପଣକୁ ପୂରଣ କରିବା ପାଇଁ ଚୀନ୍‌ର ଏକ ସ୍କୁଲ ଏକ ନିୟାରା ଉପାୟ ଆପଣାଇଛି । ଏଠାରେ ପ୍ରେମ ପାଇଁ ଛୁଟି ‘ଲଭ ଲିଭ୍‌’  ବ୍ୟବସ୍ଥା ଆରମ୍ଭ ହୋଇଛି । ଏହା ଦ୍ବାରା ଏକା ଥିବା ଶିକ୍ଷକ ନିଜର ପ୍ରେମିକାଙ୍କ ସହ ସମୟ ବିତାଇ ପାରିବେ । ଚିନ୍‌ର ଜିହାଂ ସହରର ଡିନ୍‌ଗଲାନ୍‌ ଏକ୍ସପେରିମେଣ୍ଟାଲ ମିଡିଲ ସ୍କୁଲରେ ମାସକୁ ୨ ଦିନ ହାପ୍ ଛୁଟି ମିଳିଥାଏ।  ଏହି ବ୍ୟବସ୍ଥା ଜାନୁଆରି ୧୫ରୁ ଅ‌ାରମ୍ଭ ହୋଇଛି । ଏହି ଛୁଟି ଖାସ୍‌ କରି ବିବାହ କରି ନଥିବା ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ଯେଉଁ ମାନେ ବିବାହ କରିଛନ୍ତି ସେମାନଙ୍କୁ ମଧ୍ୟ ତାଙ୍କ ପରିବାର ସହ ସମୟ କଟାଇବା ପାଇଁ ସମୟ ମିଳିବ । ଶିକ୍ଷକମାନେ ଏହି ପ୍ରୟାଷ ପାଇଁ ସ୍କଲକୁ ଧନ୍ୟବାଦ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର