ସାପ କାମୁଡ଼ିବାରୁ ରାଗରେ ଆସି ଓଲଟା ସାପକୁ କାମୁଡ଼ିଲେ ଚାଷୀ

ଗାନ୍ଧିନଗର: କଥାରେ ଅଛି, କୁକୁର ମଣିଷକୁ ଯଦି କାମୁଡ଼େ ତେବେ ମଣିଷ ବି କ’ଣ କୁକୁରକୁ କାମୁଡ଼ିବ? ସେହିପରି ସାପ ମଣିଷକ୍‌ୁ କାମୁଡ଼ିବା ଆପଣ ଦେଖିଥିବେ ହେଲେ ମଣିଷ ସାପକୁ କାମୁଡ଼ିବା କେବେ ଦେଖିଛନ୍ତି? ଗୁଜୁରାଟରେ ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଗୁଜୁରାଟସ୍ଥିତ ମହିସାଗରର ଜଣେ ଚାଷୀ ନିଜ ବିଲରେ କାମ କରୁଥିଲେ। ସେହି ସମୟରେ ଏକ ସାପଟି ଆସି ଚାଷୀ ଜଣଙ୍କୁ କାମୁଡ଼ି ଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଚାଷୀ ଜଣକ ପ୍ରତିକ୍ରିୟାଶୀଳ ହୋଇ ପ୍ରତିଶୋଧ ନେବା ପାଇଁ ଓଲଟା ସାପକୁ କାମୁଡ଼ିଥିଲେ। ୭୦ ବର୍ଷିଅ ପ୍ରଭାତ ଗଲା ବାରିଆ ରାଗରେ ଆସି କରିଥିବା ଏହି କାମଟି ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏ ସଂପର୍କରେ ଗଣମାଧ୍ୟମରେ ସୂଚନା ଦେଇ ପ୍ରଭାତଙ୍କ ବୋହୂ କୁହନ୍ତି କି ସେ ଏପରି କରିବ ସମୟରେ ବିଲରେ ଅନ୍ୟ ଲୋକ ବି ଉପସ୍ଥିିତ ଥିଲେ। ସେମାନେ ପ୍ରଭାତଙ୍କୁ ଧରି ତୁରନ୍ତ ଡାକ୍ତରଖାନାକୁ ନେଇ ଯାଇଥିଲେ। ପ୍ରଭାତଙ୍କ ଦେହରେ କେଉଁ ସାପର ବିଷ ଚରିଚି ଡାକ୍ତରମାନଙ୍କୁ ଜାଣିବାକୁ ସହଜ ହେବ ବୋଲି ପ୍ରଭାତଙ୍କ ସହ ସେମାନେ ଉକ୍ତ ମଲା ସାପଟିକୁ ବି ଡାକ୍ତରଖାନାକୁ ନେଇ ଯାଇଥିଲେ। ପ୍ରଭାତଙ୍କୁ ପ୍ରଥମେ ସରକାରୀ ଓ ପରେ ବେସରକାରୀ ହସ୍ପିଟାଲ୍‌କୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର