୭୫ବର୍ଷ ପରେ ମା’କୁ ଖୋଜି ପାଇଲା ପୁଅ, ଆଲିଙ୍ଗନ କରି ଭୋଭୋ ହୋଇ କାନ୍ଦିବାକୁ ଲାଗିଲା

ନୂଆଦିଲ୍ଲୀ: ପରିବାର ଠାରୁ ପିଲା ଅଲଗା ହୋଇଯିବାର କଷ୍ଟ ଭଗବାନ କାହାକୁ ନଦିଅନ୍ତୁ। ଏମିତି ଘଟଣା ବହୁତ କଷ୍ଟ ‌ଦେଇଥାଏ। ଜଣେ ବ୍ୟକ୍ତି ୭୫ବର୍ଷ  ହେବ ନିଜ ପରିବାର ଠାରୁ ଅଲଗା ହୋଇଯାଇଥିଲେ। ନିକଟରେ ସେ  ନିଜ ପରିବାରକୁ ଭେଟିବା ପରେ ତାଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା, ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲେ।

କୁହାଯାଉଛି କି ଉକ୍ତ ବ୍ୟକ୍ତି ୮ବର୍ଷ ବୟସରେ ନିଜ ପରିବାର ଠାରୁ ଅଲଗା ହୋଇଯାଇଥିଲେ। ସେ ଭାବିଥିଲେ କି ବୋଧେ ସେ ଅନାଥ ନଚେତ ତାଙ୍କ ବାପା-ମା’ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ନିକଟରେ ସେ ତାଙ୍କ ପରିବାରକୁ ଫେରି ପାଇଛନ୍ତି। ଉକ୍ତ ବ୍ୟକ୍ତି ଜଣକ ନିଜର ଏହି ଅନୁଭୂତିକୁ ସମସ୍ତଙ୍କ ସହିତ ବାଣ୍ଟିଛନ୍ତି।

ଡୋରିୟନ ରିସ ନାମକ ଜଣେ ବ୍ୟକ୍ତିଙ୍କୁ ‘ଶିଶୁ ପ୍ରବାସୀ କାର୍ଯ୍ୟକ୍ରମ’ ନାମକ ଯୋଜନା ଜରିଆରେ ଆଠବର୍ଷ ବୟସରେ ବ୍ରିଟେନରୁ ଅଷ୍ଟ୍ରେଲିଆ ପଠାଇ ଦିଆଯାଇଥିଲା। ଡୋରିୟନ ସେହି ହଜାର ପିଲାଙ୍କ ମଧ୍ୟରୁ ଜଣେ ଥିଲେ, ଯାହାଙ୍କୁ ୧୯୪୬ରୁ ୧୯୭୦ ମଧ୍ୟରେ ହଜାର ମାଇଲ ଦୂର ପୂର୍ବ ବ୍ରିଟିଶ ଉପନିବେଶକୁ ପଠା ଯାଇଥିଲା।

ଅଷ୍ଟ୍ରେଲିଆରେ ରହିବା ପରେ ପରେ ଡୋରିୟନ ଭାବି ନେଇଥିଲେ ସେ ଅନାଥ ତାଙ୍କ କେହି ନାହାନ୍ତି। ତାଙ୍କ ପିଲାବେଳ ଅତ୍ୟନ୍ତ ଦୟନୀୟରେ କଟିଛି। ଡୋରିୟନଙ୍କ ଦେଖାଶୁଣା କରୁଥିବା ଲୋକ ତାଙ୍କୁ ବହୁତ ନିର୍ଯାତନା ଦେଇଥିଲେ। ଏସବୁ ସହ୍ୟ କରି ଡୋରିୟନ ନିଜର ଗୋଡ଼ରେ ନିଜେ ଛିଡ଼ା ହୋଇ ନିଜ ଲୋକଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଅନେକ ଦିନ ଖୋଜାଖୋଜି କରିବା ପରେ ଡୋରିୟନଙ୍କ ସାକ୍ଷାତ ବ୍ରିଟେନରେ ରହୁଥିବା ତାଙ୍କ ଭଣଜାଙ୍କ ସହିତ ହୋଇଥିଲା। ଯାହାଙ୍କ ସାହାଯ୍ୟରେ ସେ ତାଙ୍କ ମା’ଙ୍କୁ ଭେଟି ପାରିଥିଲେ।

ସମ୍ବନ୍ଧିତ ଖବର