ଆପଣଙ୍କ ସ୍ବର ଶୁଣି ପ୍ରଶଂସା ନକରି ରହି ପାରିଲି ନାହିଁ: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ ସକ୍ରିୟ। ତାଙ୍କୁ ଯେଉଁ ପୋଷ୍ଟ ଟି ଆକର୍ଷଣ କରିଥ‌ାଏ ସେଥିରେ ସେ ନିଜର ପ୍ରତିକ୍ରିୟା ନିଶ୍ଚୟ ଦେଇଥାଆନ୍ତି।

ନିକଟରେ ଆନନ୍ଦ ମହିନ୍ଦ୍ରା ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ଜଣେ ୭୩ ବର୍ଷୀୟ ବୃଦ୍ଧ ସୁମଧୁର ସ୍ୱରରେ ଗୀତ ଗାଉଥିବା ଶୁଣିବାକୁ ମିଳୁଛି। ଉକ୍ତ ବୃଦ୍ଧଙ୍କ ନାମ ଡକ୍ଟର ସୁରେଶ ନାମ୍ବିଆର୍ ବୋଲି କୁହାଯାଉଛି, ଯିଏକି କଣ୍ଠଶିଳ୍ପୀ ମହମ୍ମଦ ରାଫିଙ୍କ ଗୀତ ଗାଉଥିବା ଭିଡିଓରେ ଦେଖିବାକୁ ଓ ଶୁଣିବାକୁ ମିଳୁଛି।

ସୂଚନାଯୋଗ୍ୟ, ଏହି ଭିଡିଓଟି ୨୦୨୩ ମସିହାରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆୟୋଜିତ କରାଯାଇଥିବା ଆଇସାଇନ ସିଙ୍ଗିଙ୍ଗ ପ୍ରତିଯୋଗିତାର ଅଟେ। ଯେଉଁଥିରେ ଡକ୍ଟର ସୁରେଶ ନାମ୍ବିଆର୍ ପ୍ଲେ-ବେକ ଗାୟକ ଶାନଙ୍କ ସହ ମହମ୍ମଦ ରାଫିଙ୍କ ଏକ ଗୀତ ଗାଇଥିଲେ।

ଆନନ୍ଦ ମହିନ୍ଦ୍ରା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଏହି ପ୍ରତିଯୋଗିତା କିଛି ମାସ ପୂର୍ବରୁ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଏହା ଏବେ ମୋର ଦୃଷ୍ଟି ଆକର୍ଷଣ କରିଛି ​​। କାସ୍ ମୁଁ ଏହି ସଙ୍ଗୀତ ପ୍ରତିଯୋଗିତାର ଅଂଶ ହୋଇଥାଆନ୍ତି। ଆଉ ଡକ୍ଟର ସୁରେଶ ଗୀତ ଗାଉଥିବା ବେଳେ ମୁଁ ତାଙ୍କୁ ସିଧାସଳଖ ଶୁଣିବାର ସୌଭାଗ୍ୟ ପାଇଥାଆନ୍ତି।’

କେରଳର କନ୍ନୁରରେ ବସବାସ କରୁଥିବା ଡକ୍ଟର ସୁରେଶ ନାମ୍ବିଆର ଜଣେ ଅବସରପ୍ରାପ୍ତ ଡାକ୍ତର । ସେ ୟୁଏଇରେ ଡାକ୍ତର ଭାବରେ କାମ କରିଛନ୍ତି।

 

 

ସମ୍ବନ୍ଧିତ ଖବର