ଆଇପିଏଲ : ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନର ଲକ୍ଷ୍ୟ ରଖିଲା ରାଜସ୍ଥାନ ରୟାଲ୍ସ

ଜୟପୁର: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୯ମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଆଗରେ ୧୮୬ ରନର ଲକ୍ଷ୍ୟ ରଖଛି ରାଜସ୍ଥାନ ରୟାଲ୍ସ ।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୫ ରନ କରିଥିଲା । ଦଳ ଆରମ୍ଭରୁ ଯଶସ୍ବୀ ଜୟସ୍ବାଲଙ୍କ ଓ୍ବିକେଟ ହରାଇଥିଲା । ୩୬ ରନ ହେଉ ହେଉ ଦଳ ୩ଟି ଓ୍ବିକେଟ ହରାଇସାରିଥିଲା । ଏହା ସତ୍ତ୍ବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାମାନେ ଭଲ ସ୍କୋର କରିବାରେ ସଫଳ ହୋଇଥିଲେ । ଦଳ ପକ୍ଷରୁ ରିୟାନ ପରାଗ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୫ଟି ବଲରେ ୮୪ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ ।

ରବିଚନ୍ଦ୍ରନ ଅଶ୍ବୀନ ୨୯ ରନ ଓ ଧ୍ରୁବ ଜୁରେଲ୍ ୨୦ ରନ କରିଥିଲେ । ସେହିପରି ସିମରନ ହେଟମେୟର ମାତ୍ର ୭ଟି ବଲ ଖେଳି ୧୪ ରନ କରିଥିଲେ । ଅଧିନାୟକ ସଂଜୁ ସାମସନ ମାତ୍ର ୧୫ ରନ କରି ଆଉଟ ହୋଇଥିଲେ । ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ,ମୁକେଶ କୁମାର ନର୍ଜି, ଅକ୍ଷର ପଟେଲ ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର