ବିଶ୍ବର ଗଭୀରତମ ହୋଟେଲ

ୟୁନାଇଟେଡ କିଂଡମ୍‌ର ଭିକ୍ଟୋରିଆ ସ୍ଥିତ ଖଣି ଭିତରେ ଏକ ଅଭିନବ ହୋଟେଲ ଖୋଲାଯାଇଛି। ଭୂପୃଷ୍ଠରୁ ୪୨୦ ମିଟର ଗଭୀରତାରେ ପରିଚାଳିତ ଏହି ହୋଟେଲରେ ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ଖଣି ଭିତରେ ରାତ୍ରିଯାପନର ନିଆରା ବିଳାସ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ହୋଟେଲର ଏପରି ଆତିଥ୍ୟ ଲଭିବାକୁ ଚାହୁଁଥିବା ଗ୍ରାହକଙ୍କୁ ଏଥିପାଇଁ ବହୁ କଠିନ ପଥ ଦେଇ ଯିବାକୁ ପଡୁଛି। ପ୍ରଥମେ ଜଣେ ପଥ ପ୍ରଦର୍ଶକଙ୍କ ସହାୟତାରେ ପୁରୁଣା ଖଣିର ଏକ ପରିତ୍ୟକ୍ତ ପାହାଡ଼ ଅଞ୍ଚଳ ଅତିକ୍ରମ କରିବାକୁ ପଡ଼ିବ।

ଘଣ୍ଟାକର ଏହି କଠିନ ଯାତ୍ରା ମଧ୍ୟରେ ଖଣିର ପଥର ପାହାଚ, ପୁରୁଣା ପୋଲ ଓ ଖସଡ଼ା ରାସ୍ତା ଆଦି ରହିଛି। ଅବଶ୍ୟ ସୁରକ୍ଷା ଦୃଷ୍ଟିରୁ ଆଗନ୍ତୁକଙ୍କୁ ହେଲମେଟ, ଟର୍ଚ୍ଚ, ଜୋତା ଆଦି ଯୋଗାଇ ଦିଆଯାଇଥାଏ। ଏହି ଅବସରରେ ତାଙ୍କ ସାଥିରେ ଥିବା ପ୍ରଦର୍ଶକ ଜଣକ ସଂପୃକ୍ତ ପରିବେଶ ବିଷୟରେ ଐତିହାସିକ ସୂଚନା ପ୍ରଦାନ କରିଥା’ନ୍ତି। ଏକ ବିଶାଳ ଲୌହଦ୍ବାର ଯାତ୍ରାର ଅନ୍ତ ସହ ଈପ୍‌ସିତ ଶୟନକକ୍ଷର ପ୍ରବେଶ ଦ୍ବାରକୁ ସୂଚାଇଥାଏ। ହୋଟେଲ ଭିତରେ ପଶିଲେ ରାତ୍ରିଭୋଜନ ଓ ସକାଳେ ଜଳଖିଆ ଓ ଅନ୍ୟାନ୍ୟ ଆତିଥ୍ୟ ପ୍ରଦାନ କରାଯାଇଥାଏ। ସେହିପରି ସକାଳ ସାଢ଼େ ଦଶଟା ସୁଦ୍ଧା ସେମାନଙ୍କୁ ଖଣି ଭିତରୁ ବାହାରି ପୁଣି କଠିନ ପଥରେ ଫେରିବାକୁ ହୋଇଥାଏ। ତେବେ ଏଠାରେ ଗୋଟିଏ ରାତିର ରହଣି ପାଇଁ ଜଣେ ଅତିଥିଙ୍କୁ ୩୫୦ ପାଉଣ୍ଡ୍‌ ଏବଂ ଦୁଇ ଜଣଙ୍କ ଲାଗି ୫୫୦ ପାଉଣ୍ଡ ବା ପାଖାପାଖି ୫୭ ହଜାର ଟଙ୍କା ଦେବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର