୨୫ ବର୍ଷ ଧରି କେବଳ ପତ୍ର ଓ ଘାସ ଖାଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ରହିଛନ୍ତି। ସେହିପରି ସମସ୍ତଙ୍କର ଖାଦ୍ୟ ପ୍ରତି ରୁଚି ମଧ୍ୟ ଭିନ୍ନ ଭିନ୍ନ ରହିଛି। ତେବେ, ଆପଣ ଅନେକ ଶାକାହାରୀ ବ୍ୟକ୍ତିଙ୍କୁ ଦେଖିଥିବେ। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କେବଳ ପତ୍ର ଏବଂ ଘାସ ଖାଇ ବଞ୍ଚିଛନ୍ତି। ପାକିସ୍ତାନର ଗୁଜାରାଓ୍ଵାଲା ଅଞ୍ଚଳରେ ରହୁଥିବା ମହମ୍ମଦ ବଟ୍ଟ ବିଗତ ୨୫ ବର୍ଷ ହେବ ଖାଲି ପତ୍ର ଏବଂ ଘାସ ଖାଇ ଜୀବନଯାପନ କରୁଛନ୍ତି। ବହୁତ ଦିନ ଆଗରୁ ମହମ୍ମଦଙ୍କ ପାଖରେ କିଛି କାମ ନଥିଲା ଏବଂ ତାଙ୍କର ଆର୍ଥକ ଅବସ୍ଥା ବହୁତ ଶୋଚନୀୟ ଥିଲା। ଅର୍ଥାଭାବରୁ କିଛି ଖାଇବାକୁ ନପାଇ ଶେଷକୁ ସେ ଗଛ ପତ୍ର ଏବଂ ଘାସ ଖାଇବା ଆରମ୍ଭ କରିଦେଇଥିଲେ।

‘ଏତେ ବର୍ଷ କାଳ କେବଳ ପତ୍ର ଖାଇବା ପରେ ମଧ୍ୟ ମୁଁ ଆଜି ପର୍ଯ୍ୟନ୍ତ ସୁସ୍ଥ ଅଛି କେବେ ବି ଅସୁସ୍ଥ ହୋଇନାହିଁ। ମୋର ପରିବାର ବହୁତ ଗରିବ। ଏପରି ଏକ ସମୟ ଥିଲା ମୁଁ ମୋର ପରିବାରକୁ ଖାଦ୍ୟ ମଧ୍ୟ ଯୋଗାଇ ପାରୁନଥିଲି। ଏଣୁ ରାସ୍ତାରେ ଭିକ ମାଗି ନିଜର ସମ୍ମାନହାନୀ ନକରି ମୁଁ ପତ୍ର ଏବଂ ଘାସ ଖାଇବା ଆରମ୍ଭ କରିଦେଲି’, ବୋଲି କହିଛନ୍ତି ମହମ୍ମଦ ଭଟ୍ଟ। ଏବେ ତାଙ୍କର ଆର୍ଥକଅବସ୍ଥା କିଛିଟା ଭଲ ଥିଲେ ମଧ୍ୟ ତାଙ୍କର ପତ୍ର ଖାଇବା ଅଭ୍ୟାସ ଯେମିତିକୁ ସେମିତି ରହିଛି। ଏଥିପାଇଁ ସାରା ଦେଶରେ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ।

ସମ୍ବନ୍ଧିତ ଖବର