ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର କିପରି ଶିଶୁରୁ ନିଜର ପୂର୍ବରୂପ ଫେରି ପାଇଥିଲେ ?

ସତୀ ଅନସୂୟା ବିବସ୍ତ୍ର ହୋଇ ଭିକ୍ଷା ଦେବା ମାତ୍ରେ ତ୍ରିଦେବ  ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଛମାସ ର ଶିଶୁ ହୋଇଗଲେ। ମାତା ସେ ତିନିଜଣଙ୍କୁ ନିଜର ସ୍ତନପାନ କରାଇଲେ ଏବଂ ସେମାନଙ୍କୁ ଖେଳନା ଦେଇ ଖେଳାଇଲେ। ଏହିପରି ଭାବେ ତ୍ରିଦେବ ମାତା ଅନସୂୟାଙ୍କ ବାତ୍ସଲ୍ୟ ପ୍ରେମରେ ବନ୍ଦୀ ହୋଇଗଲେ। ଏହାପରେ ସେମାନଙ୍କ ପତିମାନଙ୍କ ଆଗମନରେ ବିଳମ୍ବ ହେବା ପରେ ବିବତ୍ର ହୋଇଉଠିଲେ ଲକ୍ଷ୍ମୀ, ସରସ୍ୱତୀ ଓ ସତୀ  । ସେମାନେ ଅତ୍ରିଙ୍କ ଆଶ୍ରମ ଉଦ୍ଦେଶ୍ୟରେ ଯାଉଥିବା ବେଳେ ପଥରେ ନାରଦଙ୍କ ସହିତ ଭେଟ ହେଲା। ତ୍ରିଦେବଙ୍କ ସଂପର୍କରେ ସେମାନେ ଜାଣିବାକୁ ଚାହିଁଲେ। ନାରଦ କହିଲେ ଯେ ତିନିଦେବ ଏବେ ଛଅ ମାସର ଶିଶୁ ହୋଇ ସତୀ ଅନସୂୟାଙ୍କ ଅଗଣାରେ ଖେଳୁଛନ୍ତି।

ତା’ପରେ ଲକ୍ଷ୍ମୀ, ସତୀ ଓ ସରସ୍ୱତୀ ଅନସୂୟାଙ୍କ ଆଶ୍ରମରେ ପ୍ରବେଶ କରିଲେ। ଅନସୂୟା ସେମାନଙ୍କଠୁ ପରିଚୟ ଜାଣିବାକୁ ଚାହିଁଲେ। ତ୍ରିଦେବୀ କହିଲେ ‘‘ମାତାଜୀ! ଆମେ ଆପଣଙ୍କର ବୋହୂ। ଆପଣ ଆମକୁ କ୍ଷମା କରନ୍ତୁ ଓ ଆମ ପତିମାନଙ୍କୁ ଫେରାଇ ଦିଅନ୍ତୁ।’’ ଅନସୂୟାଙ୍କ ହୃଦୟ ତରଳିଲା। ସେ ତିନିଶିଶୁଙ୍କ ଉପରେ ଜଳ ସିଞ୍ଚନ କରାଇ ପୂର୍ବ ରୂପକୁ ଫେରାଇ ଆଣିଲେ। ତିନିଦେବ ଓ ଦେବୀ ଅନସୂୟାଙ୍କ ସ୍ତୁତି ଗାନ କରିଲେ।

 

 

 

ସମ୍ବନ୍ଧିତ ଖବର