ଖାଇବା ସମୟରେ ଗ୍ରାହକ ଫୋନ୍‌ ପରିିତ୍ୟାଗ କଲେ ଆମେରିକାର ଏକ ରେଷ୍ଟୁରାଣ୍ଟ ଦେଉଛି ମାଗଣା ପିଜା

ଓ୍ଵାଶିଂଟନ: ଆମେରିକାର କାଲିଫର୍ଣ୍ଣିଆ ଏକ ରେଷ୍ଟୁରାଣ୍ଟ୍‌ରେ ଗ୍ରାହକମାନଙ୍କୁ ଫୋନ୍‌ରେ ବ୍ୟସ୍ତ ନ ରହି ଖାଇବା ସମୟରେ ପରସ୍ପରଙ୍କ ସହ କଥା ହେବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଫ୍ରେସନୋରେ ଥିବା କରି ପିଜା ନାମକ ଏହି କମ୍ପାନ ଗ୍ରାହକମାନେ ଖାଇବା ପୂର୍ବରୁ ସେମାନଙ୍କ ମୋବାଇଲ୍‌କୁ ପରିତ୍ୟାଗ କଲେ ମାଗଣାରେ ପିଜା ପ୍ରଦାନ କରିବା ନିୟମ ରଖିଛି। ଅତି କମ୍‌ରେ ୪ ଜଣିକିଆ ଗ୍ରୁପ୍‌କୁ ଏହି ସୁବିଧା ଦିଆଯାଉଛି।

ସର୍ବନିମ୍ନ ୪ ଜଣିଆ ଟିମ୍‌ ଯଦି ରେଷ୍ଟୁରାଣ୍ଟକୁ ପାର୍ଟି ମନାଇବାକୁ ଆସିଥାନ୍ତି ତେବେ ସେମାନଙ୍କ ପାଖରେ ବିକଳ୍ପ ରହିଛି ଯେ ସେମାନେ ଚାହିଁଲେ ନିଜ ଫୋନ୍‌କୁ ରେଷ୍ଟୁରାଣ୍ଟ୍‌ ଲକର୍‌ରେ ଭର୍ତ୍ତି କରି ମାଗଣା ପିଜା ପାଇପାରନ୍ତି।

Cooking Light

ଯଦି ପୂରା ଖାଇବା ସମୟଟା ସେ ତାଙ୍କ ଫୋନ୍‌କୁ ଦୂରେଇ ରଖିପାରନ୍ତି ତେବେ ସେମାନଙ୍କୁ ମାଗଣାରେ ପିଜା ପ୍ରଦାନ କରାଯିବ। ସେହି ପିଜାକୁ ସେ ଆଉ ଥରେ ରେଷ୍ଟୁରାଣ୍ଟ୍‌ ଆସି ଖାଇପାରନ୍ତି କିମ୍ବା ଘରକୁ ବି ନେଇପାରନ୍ତି। ଏପରିକି ସେମାନେ ସେହି ପିଜାକୁ ଗୃହହୀନମାନଙ୍କୁ ବି ଦେଇପାରନ୍ତି।

ସମ୍ବନ୍ଧିତ ଖବର