ଗୁରୁଦକ୍ଷିଣା ଭାବେ ଅର୍ଜୁନ ଗୁରୁ ଦ୍ରୋଣଙ୍କୁ କ’ଣ ଦେଇଥିଲେ

ମହାଭାରତ ହେଉଛି ବୀରମାନଙ୍କ କାହାଣି। ତେବେ ମହାଭାରତର ଶ୍ରେଷ୍ଠ ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କର ଶ୍ରେଷ୍ଠ ଛାତ୍ର ଅର୍ଜୁନଙ୍କ ଠାରୁ ଯେଉଁ ଗୁରୁ ଦକ୍ଷିଣା ନେଇଥିଲେ ତାହା ହିଁ ଭବିଷ୍ୟତରେ ମହାଭାରତ ସୃଷ୍ଟିର ଅନ୍ୟତମ କାରଣ ହୋଇଥଲା। ଯଜ୍ଞସମ୍ଭୁତା ଦ୍ରୋପଦୀଙ୍କ ଜନ୍ମ ହୋଇଥିିଲା ଏହି ଗୁରୁ ଦକ୍ଷିଣାର ଅପମାନରୁ।
କାହାଣିଟି ଏହିପରି
ରାଜପୁତ୍ର ଦ୍ରୁପଦ ଓ ବ୍ରାହ୍ମଣ ସନ୍ତାନ ଦ୍ରୋଣ ଗୋଟିଏ ଗୁରୁଙ୍କ ଠାରୁ ଶାସ୍ତ୍ର ଶିକ୍ଷା କରିଥିବାରୁ ଉଭୟ ଗୁରୁ ଭାଇ ହୋଇଥିଲେ। ମାତ୍ର ସମୟ କ୍ରମେ ଦ୍ରୁପଦ ରାଜା ହୋଇଥିଲେ ଓ ଜଣେ ଶିକ୍ଷକଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଦ୍ରୋଣ ତେବେ ଅଶ୍ୱତମା ଙ୍କ ଜନ୍ମ ପରେ ତାଙ୍କୁ କ୍ଷୀର ଟିକିଏ ପିଇବାକୁ ଦେବା ପାଇଁ ଗୁରୁ ଦ୍ରୋଣ ତାଙ୍କ ସହପାଠୀ ବନ୍ଧୁଙ୍କୁ ଗାଈଟିଏ ଦେବା ପାଇଁ ଅନୁରୋଧ କରିଥିଲେ।ମାତ୍ର ଜଣେ ରାଜା ଓ ଜଣେ ଗରିବ ବ୍ରାହ୍ମଣ ମଧ୍ୟରେ ବନ୍ଧୁତ୍ୱ ସମ୍ଭବ ନୂୁହେଁ ବୋଲି କହି ରାଜା ଦ୍ରୁପଦ ଅପମାନ ଦେଇ ଗୁରୁ ଦ୍ରୋଣଙ୍କୁ ଫେରାଇ ଦେଇଥିଲେ।। ଦ୍ରୁପଦ ରାଜାଙ୍କ ଅପମାନରେ ଜର୍ଜରିତ ହୋଇ ଫେରୁଥିବା ବେଳେ ପିତାମହ ଭୀଷ୍ମ କୁୁରୁପାଣ୍ଡବଙ୍କ ଅସ୍ତ୍ର ଶିକ୍ଷାର ଗୁରୁ ଭାବେ ତାଙ୍କୁ ବରଣ କରିଥିଲେ। ରାଜପୁତ୍ର ମାନଙ୍କୁ ସମସ୍ତ ଶୀକ୍ଷା ଦେବା ପରେ ଯେଉଁ ଦିନ ଶିକ୍ଷା ସମାପ୍ତ ହେଲା ସେତେବେଳେ ପାଣ୍ଡବ ପାଞ୍ଚ ଭାଇ ଓ କୌରବ ଶହେ ଭାଇ ଗୁରୁ ଦକ୍ଷିଣା ଦେବା ପାଇଁ ଗୁରୁଙ୍କୁ ନିକଟରେ ନିବେଦନ କରିଥିଷଳ। ମାତ୍ର ସେହି ସମୟରେ ଦ୍ରୋଣ ତାଙ୍କ ଅପମାନ କଥା ମନେ ପକାଇଥିଲେ। ତେଣୁ ଯେଉଁ ରାଜାର ଅହମିକାରେ ଦ୍ରୁପଦ ତାଙ୍କୁ ଚିହ୍ନି ନ ଥିଲେ ଓ ଅପମାନ ଦେଇଥିଲେ ,ସେହି ଅଭିମାନକୁ ଭାଙ୍ଗି ଦେବା ପାଇଁ ମନେମନେ ଶପଥ ନେଇଥିଲେ ଗୁରୁ ଦୋଣ। ପ୍ରକାଶରେ ଅନ୍ୟମାନଙ୍କ ଠାରୁ ସାମାନ୍ୟ ଗୁରୁ ଦକ୍ଷିଣା ଗ୍ରହଣ କରିବା ପରେ ଅର୍ଜୁନଙ୍କୁ ଯେଉଁ ଗୁରୁ ଦକ୍ଷିଣା ମାଗିଥିଲେ, ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା। ଗୁରୁ ଦ୍ରୋଣ କହିଥିଲେ ଯଦି ତୁମେ ମୋର ଶ୍ରେଷ୍ଠ ଛାତ୍ର ହୋଇଥିବା ଓ ମୋ ଠାରୁ ଧର୍ନୁବିଦ୍ୟାର ସମସ୍ତ ଜ୍ଞାନେ ଆହରଣ କରିଥିବ, ତେବେ ଦ୍ରୁପଦ ରାଜାଙ୍କୁ ବନ୍ଦୀ କରି ମୋ ପାଦଦେଶରେ ଉପସ୍ଥାପନ କର। ଗୁରୁଙ୍କ ଠାରୁ ନିର୍ଦ୍ଦେଶ ପାଇ ମହାବୀର ଅର୍ଜୁନ ଦ୍ରୁପଦଙ୍କୁ ବନ୍ଦୀ କରି ଗୁରୁଙ୍କ ପାଖରେ ହାଜର କରିବା ସହିତ ତାଙ୍କୁ ସବୁଠାରୁ ବଡ଼ ଗୁରୁ ଦକ୍ଷିଣା ଦେଇଥିଲେ। କାରଣ ଦ୍ରୁପଦ ବନ୍ଦୀ ହୋଇ ତାଙ୍କ ପାଦ ତଳେ ବସିବା ପରେ ତାଙ୍କୁ ଯେଉଁ ଅପମାନ ଦ୍ରୁପଦ ଦେଇଥିଲେ ତାର ପ୍ରତିଶୋଧ ନେଇ ପାରିଥିଲେ ଗୁରୁ ଦ୍ରୋଣ।


ତେବେ ଏତିକିରେ ଦ୍ରୁପଦ- ଦ୍ରୋଣ ବିବାଦର ସମାଧାନ ହୋଇ ନ ଥିଲା। ଦ୍ରୋଣଙ୍କ ଶିଷ୍ୟ ଦ୍ୱାରା ଅପମାନିତ ହୋଇଥିବାରୁ ନିସନ୍ତାନ ଦ୍ରୁପଦ ଦ୍ରୋଣଙ୍କ ଉପରେ ପ୍ରତିଶୋଧ ନେବା ପାଇର୍ଁ ଯେଉଁ ଯଜ୍ଞ କରିଥିଲେ ସେଥିରୁ ଯାାଜ୍ଞସେନୀ ଦେଯପଦୀ ଓ ଧୃଷ୍ଟଦ୍ୟୁମ୍ନ ଜନ୍ମ ଗଅହଣ କରିଥିଲେ। ଦ୍ରୋପଦୀ ଅର୍ଜୁନଙ୍କୁ ବିବାହ କରିଥିଲେ ଓ ମହାଭାରତ ଯୁଦ୍ଧରେ ଅର୍ଜୁନ ଦ୍ରୋଣଙ୍କ ବିରୋଧରେ ଯୁଦ୍ଧ କରିଥିଲେ। ସେହିପରି ଦ୍ରୁପଦଙ୍କ ପୁଅ ଧୃଷ୍ଟଦ୍ୟୁମ୍ନ ଦ୍ରୋଣଙ୍କୁ କୁରୁକ୍ଷେତ୍ରରେ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର