ବିଚିତ୍ର ଦୃଶ୍ୟ: ଅନ୍ତିମ ସଂସ୍କାର ପାଇଁ ବ୍ୟାଙ୍କଙ୍କୁ ଟଙ୍କା ଉଠାଇବାକୁ ଆସିଥିଲେ ମୃତବ୍ୟକ୍ତି

ପାଟଣା: ଜଣେ ମୃତବ୍ୟକ୍ତି ବ୍ୟାଙ୍କଙ୍କୁ ଟଙ୍କା ଉଠାଇବାକୁ ଆସିଥିବାର ଏକ ଅଦ୍ଭୁତ ଘଟଣା ବିହାରର ପାଟଣାରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମୃତବ୍ୟକ୍ତି ନିଜର ଅନ୍ତିମ ସଂସ୍କାର ପାଇଁ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

बैंक में पैसे लेने जा पहुंचा 'मुर्दा', लोगों के उड़ गए होश.. जानें क्या है पूरा मामला |The dead person arrived to take money in the bank
www.tv9hindi.com

ଘଟଣାଟି ହେଉଛି ଏପରି, ଗତ ମଙ୍ଗଳବାର ପାଟଣା ସହରର ଶାହଜହାଁପୁରର ସିଗରିୟାବା ଗାଁର ମହେଶ ଯାଦବ(୫୫)ଙ୍କ ମୃତ୍ୟୁ ହୋଇଯାଇଥିଲା। ମହେଶ ଯାଦବଙ୍କ ଅନ୍ତିମ ସଂସ୍କାର ପାଇଁ ଘରେ ଟଙ୍କାଟିଏ ବି ନଥିବା ବେଳେ ପରିବାରଲୋକ କ’ଣ କରିବେ ଚିନ୍ତାରେ ପଡ଼ି ଯାଇଥିଲେ। ଏହାପରେ ପରିବାର ଲୋକ ମହେଶଙ୍କ ଜମା ଖାତାରେ ଥିବା ଟଙ୍କା ଉଠାଇବା କଥା ଚିନ୍ତା କରିଥିଲେ। ପରିବାରଲୋକ ଓ ଗ୍ରାମବାସୀ ମିଶି ବ୍ୟାଙ୍କରେ ପହଞ୍ଚି ଟଙ୍କା ଉଠାଇବା ଚେଷ୍ଟା କରୁଥିବା ବେଳେ ଏହି ଟଙ୍କା ମହେଶ ଯାଦବଙ୍କ ବ୍ୟତୀତ ଅନ୍ୟ କେହି ଉଠାଇ ପାରିବେ ନାହିଁ ବୋଲି ମ୍ୟାନେଜର ରୋକଠୋକ ମନା କରି ଦେଇଥିଲେ।

ଏଥିରେ ପରିବାର ‌ଲୋକ ଉତକ୍ଷିପ୍ତ ହୋଇ ମହେଶଙ୍କ ମୃତଦେହକୁ ନେଇ ବ୍ୟାଙ୍କରେ ପହଞ୍ଚି ଯାଇଥିଲେ। ବ୍ୟାଙ୍କରେ ତିନିଘଣ୍ଟା ଧରି ମହେଶଙ୍କ ମୃତଦେହ ପଡ଼ିରହିବା ପରେ ମ୍ୟାନେଜର ଗ୍ରାମବାସୀ ଓ ମୃତକ ପରିବାରଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ଶେଷରେ ମ୍ୟାନେଜର ନିଜ ପକେଟରୁ ୧୦ହଜାର ଟଙ୍କା ଦେଇ ମହେଶଙ୍କ ଅନ୍ତିମ ସଂସ୍କାର ପାଇଁ କହିଥିଲେ।

ତେବେ ମେହଶ ଅବିବାହିତ ଥିଲେ। ସେ ତାଙ୍କ ଜମା ଖାତା ରେ ୧ଲକ୍ଷ ଟଙ୍କାରୁ ଅଧିକ ରଖିଥିବା ବେଳେ କାହାରିକୁ ନୋମିନି ରଖି ନଥି‌ଲେ। ବ୍ୟାଙ୍କ ଅଧିକାରୀଙ୍କ କହିବାନୁସାରେ, ମେହଶଙ୍କୁ ବାରମ୍ବାର ସୂଚିତ କରିବା ସତ୍ତ୍ବେ ବି ସେ ନିଜର‌ କେୱାସି ଅପଡେଟ କରି ନଥିଲେ। ଯେଉଁଥିପାଇଁ ମ୍ୟାନେଜର ଟଙ୍କା ଦେବାକୁ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର