ଉଚ୍ଚତର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର
୧. ଜାତୀୟ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ବ୍ୟାବସାୟିକ ଶିକ୍ଷା ସହିତ ଉଚ୍ଚତର ଶିକ୍ଷାରେ ‘ସକଳ ନାମାଙ୍କନ ଅନୁପାତ’ (ଜିଇଆର୍)କୁ ୨୬.୩ ପ୍ରତିଶତ (୨୦୧୮)ରୁ ବୃଦ୍ଧି କରି ୨୦୩୫ ସୁଦ୍ଧା ୫୦ ପ୍ରତିଶତ କରିବା। ଉଚ୍ଚଶିକ୍ଷା ସଂସ୍ଥାନଗୁଡ଼ିକରେ ୩.୫ କୋଟି ନୂଆ ସିଟ୍ ଯୋଡ଼ାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
୨. ଏଡ଼୍ଇପିରେ ସାମଗ୍ରିକ ବହୁ ବିଷୟକ ଶିକ୍ଷା ଉପରେ ଗୁରୁତ୍ବାରୋପ କରାଯାଇଛି। ଜାତୀୟ ଶିକ୍ଷା ନୀତିରେ ଏକ ବହୁ ବିଷୟକ, ସାମଗ୍ରିକ ଶିକ୍ଷା ଏବଂ ୪ ବର୍ଷିଆ ନିମ୍ନ ସ୍ନାତକ ଶିକ୍ଷା (ଅଣ୍ଡର ଗ୍ରାଜୁଏଟ ଏଜୁକେଶନ), ପାଠ୍ୟକ୍ରମ ଓ ପାଠ୍ୟକ୍ରମ ବହର୍ଭୁତ ଶିକ୍ଷା, ଧନ୍ଦାମୂଳକ ଶିକ୍ଷାର ନୂତନ ପ୍ରୟୋଗ କରାଯାଇଛି। ଦେଶରେ ବୈଶ୍ବିକ ମାନଦଣ୍ଡର ସର୍ବଶ୍ରେଷ୍ଠ ବହୁ ବିଷୟକ ଶିକ୍ଷା ମଡେଲ ରୂପରେ ଆଇଆଇଟି, ଆଇଆଇଏମ୍ ସମକକ୍ଷ ବହୁ ବିଷୟକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ (ଏମ୍ଇଆର୍ୟୁ) ପ୍ରତିଷ୍ଠା କରାଯିବ।
୩. ଚିକିତ୍ସା ଓ ଆଇନ ଶିକ୍ଷାକୁ ଛାଡ଼ିଦେଲେ ସମସ୍ତ ଉଚ୍ଚ ଶିକ୍ଷା ଲାଗି ଗୋଟିଏ ଏକକ ଅତି ଗୁରୁତ୍ବପୂର୍ଣ୍ଣ ବ୍ୟାପକ ସଂସ୍ଥାନ ରୂପରେ ‘ଭାରତ ଉଚ୍ଚ ଶିକ୍ଷା ଆୟୋଗ’ (ଏଚ୍ଇସିଆଇ) ଗଠନ କରାଯିବ।
୪. ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକର ବ୍ୟାପକ ଢାଞ୍ଚାଗତ ପରିବର୍ତ୍ତନ କରାଯିବ। ବିଶେଷକରି ଉଚ୍ଚ ମୂଲ୍ୟବୋଧଯୁକ୍ତ ଶିକ୍ଷା, ଗବେଷଣା ଉପରେ ଗୁରୁତ୍ବାରୋପ କରାଯାଇଛି।
୫. ଉଚ୍ଚ ଶିକ୍ଷାର ବିକାଶ ଲକ୍ଷ୍ୟରେ ଉପଯୁକ୍ତ ପ୍ରଶିକ୍ଷିତ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବାରୋପ କରାଯାଇଛି।
୬. ଶିକ୍ଷକମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ ପାଇଁ ଏକ ଏନ୍ସିଏଫ୍ଟିଇ-୨୦୨୧ ଗଠନ କରାଯିବ। ୨୦୩୦ ସୁଦ୍ଧା ଶିକ୍ଷକମାନଙ୍କର ଏକ ସର୍ବନିମ୍ନ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଇଡ଼ି ଡିଗ୍ରି ରହିବା ବାଧ୍ୟତାମୂଳକ ହେବ।
୭. ବରିଷ୍ଠ ଏବଂ ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ନେଇ ଏକ ‘ନ୍ୟାସନାଲ ମିଶନ ଫର୍ ମେଣ୍ଟରିଂ’ ଗଠନ କରାଯିବ।
୮. ଏସ୍ସି, ଏସ୍ଟି, ଓବିସି ଏବଂ ଅନ୍ୟାନ୍ୟ ଆର୍ଥିକ ଦୁର୍ବଳ ଓ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା ରହିବ।
୯. ମୁକ୍ତ ଏବଂ ଦୂର ନିରନ୍ତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବ।
୧୦. ଅନ୍ଲାଇନ୍ ଶିକ୍ଷା ଏବଂ ଡିଜିଟାଲ୍ ଶିକ୍ଷାକୁ ପ୍ରୋତ୍ସାହିତ କରାଯିବ।
୧୧. ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିର ପ୍ରୟୋଗ ଉଦ୍ଦେଶ୍ୟରେ ଏକ ‘ଏନ୍ଇଟିଏଫ୍’ (ଜାତୀୟ ଶୈକ୍ଷିକ ପ୍ରଯୁକ୍ତି ମଞ୍ଚ) ଗଠନ କରାଯିବ।
୧୨. ସମସ୍ତ ଭାରତୀୟ ଭାଷାର ବିକାଶ ଓ ସଂରକ୍ଷଣ ଉଦ୍ଦେଶ୍ୟରେ ଏକ ଆଇଆଇଟିଇ (ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଲେସନ ଆଣ୍ଡ ଇଣ୍ଟରପ୍ରିଟେସନ) ଗଠନ କରାଯିବ।
୧୩. ଭାରତୀୟ ଶିକ୍ଷା ବ୍ୟବସ୍ଥାର ଅନ୍ତର୍ଜାତୀୟକରଣ କରିବା ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ।
୧୪. ବୃତ୍ତିଗତ ଶିକ୍ଷାକୁ ଉଚ୍ଚ ଶିକ୍ଷାରେ ସାମିଲ କରାଯିବ।
୧୫. ୨୦୩୦ ସୁଦ୍ଧା ଶତ ପ୍ରତିଶତ ଯୁବକ ଓ ପ୍ରୌଢ଼ଙ୍କୁ ସାକ୍ଷରତା ପ୍ରଦାନ କରାଯିବ।
୧୬. କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସରକାରୀ ନିବେଶ କରିବେ।